Home ଓଡ଼ିଶା ଲୁଗା ଗୋଦାମରେ ଭୟାବହ ନିଆଁ; କୋଟିଏ ଟଙ୍କାର ଲୁଗା ପୋଡ଼ି ପାଉଁଶ

ଲୁଗା ଗୋଦାମରେ ଭୟାବହ ନିଆଁ; କୋଟିଏ ଟଙ୍କାର ଲୁଗା ପୋଡ଼ି ପାଉଁଶ

372

ଢେଙ୍କାନାଳ,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଗତକାଲି ଢେଙ୍କାନାଳ ଜିଲ୍ଲା ଭୁବନସ୍ଥିତ ଏକ ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଡ୍ରେସ୍ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି । ତେବେ ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନସ୍ଥିତ ୫୩ ନମ୍ବର ଜାତୀୟ ରାଜପଥର ଡାକଘର ନିକଟରେ ଥିବା ଶ୍ରୀକ୍ରିଷ୍ଣା ଡ୍ରେସ୍‌ ସପ୍‌ରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ କପଡ଼ା ଗୋଦାମର ମାଲିକ କୈଳାଶ ଚନ୍ଦ୍ର ରାଠୀ ଖବର ଦେବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏଥିରେ ପ୍ରାୟ ୧ କୋଟି ଟଙ୍କାର କପଡା ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.