Home ଓଡ଼ିଶା ଦିଲ୍ଲୀ ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ୫୪ ପ୍ରାର୍ଥୀଙ୍କର ତାଲିକା –...

ଦିଲ୍ଲୀ ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ୫୪ ପ୍ରାର୍ଥୀଙ୍କର ତାଲିକା – ଦେଖନ୍ତୁ କିଏ ଏହି ତାଲିକାରେ

344

ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇକରି କଂଗ୍ରେସ ଆଜି ୫୪ଜଣ ପ୍ରାର୍ଥୀଙ୍କର ସୂଚୀ ଜାରୀ କରିଛି। ଅଲକା ଲାମ୍ବାଙ୍କୁ ଚାନ୍ଦନୀ ଚୌକ ଏବଂ ଅରବିନ୍ଦର ସିଂହ ଲବଲୀଙ୍କୁ ଗାନ୍ଧୀ ନଗର ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ କୀର୍ତ୍ତି ଆଜାଦ୍ ଙ୍କର ପତ୍ନୀ ପୂନମଙ୍କୁ ସଂଗମ ବିହାରରୁ ଟିକଟ ମିଳିଛି। ୭୦ଟି ବିଧାନ ସଭା ଆସନ ବିଶିଷ୍ଟ ବିଧାନ ସଭା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୫୪ ଜଣଙ୍କର ନାମ ହିଁ ଫାଇନାଲ୍ ହୋଇଛି। ଏହା କଂଗ୍ରେସର ପ୍ରଥମ ସୂଚୀ ଅଟେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ଆସନ ଜୀତି ପାରିନଥିଲା।

୪ ଘଂଟା ପୂର୍ବରୁ କଂଗ୍ରେସକୁ ଆସିଲେ ମିଳିଲା ଟିକଟ

ଆଦମୀ ପାର୍ଟୀ ଛାଡ଼ିକରି ଚାରି ଘଣ୍ଟା ପୂର୍ବରୁ କଂଗ୍ରେସକୁ ଆସିଥିବା ଆଦର୍ଶ ଶାସ୍ତ୍ରୀଙ୍କୁ ଦ୍ବାରକାରୁ କଂଗ୍ରେସ ପ୍ରାର୍ଥୀ କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ନାତି ଅଟନ୍ତି ଆଦର୍ଶ ଶାସ୍ତ୍ରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.