Home ଅପରାଧ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଲା ବୁଲେଟ, ଆରୋହୀ ଗୁରୁତର

ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଲା ବୁଲେଟ, ଆରୋହୀ ଗୁରୁତର

161

ଯାଜପୁର୧୮ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ଗ୍ରାମ ନିକଟରେ ଥିବା ବ୍ରିଜ ତଳକୁ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ବୁଲେଟ ଆରୋହୀ ଗରୁତର ଆହତ ହୋଇଛନ୍ତି ।

 

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ବନସ୍ତା ଗ୍ରାମର ନଟବର ପଣ୍ଡାଙ୍କ ପୁଅ ପ୍ରଦୀପ ଓରଫ ଚକା ଏକ ବୁଲେଟ ଯୋଗେ ପାଣିକୋଇଲିରୁ ଘରକୁ ଯାଉଥିବା ବେଳେ ପଥରପଦା ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ପଡିଯାଇଥିଲା । ସ୍ଥାନୀୟ ଲୋକମାନେ ତାକୁ ଉଦ୍ଧାର କରି ରାସ୍ତା ଉପରକୁ ଆଣିଥିଲେ । ଖବରପାଇ ଘଟଣାସ୍ଥଳେ ପାଣିକୋଇଲି ପୁଲିସ ପହଂଚିଥିଲା । ଆମ୍ବୁଲାନ୍ସ ଆସିବା ଡେରିହେବାରୁ ପୁଲିସ ଭ୍ୟାନରେ ତାକୁ ଯାଜପୁର ମେଡିକାଲକୁ ପଠାଇବା ସହ ବୁଲେଟକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.