Home ଓଡ଼ିଶା ‘ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ’ ନାରା ଦେଇ ଉତ୍ତରାଖଣ୍ଡରୁ ୬୫୦୦ କିଲୋମିଟର ପଦଯାତ୍ରା

‘ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ’ ନାରା ଦେଇ ଉତ୍ତରାଖଣ୍ଡରୁ ୬୫୦୦ କିଲୋମିଟର ପଦଯାତ୍ରା

307

ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ”ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ” ର ନାରା ଦେଇ ଉତ୍ତରାଖଣ୍ଡରୁ ଦୀର୍ଘ ୬୫୦୦ କିଲୋମିଟର ପଦଯାତ୍ରାରେ ବାହାରିଥିବା ଶ୍ରୀ ଓଁକାର ସିଂ ଧିଲୋନ ୧୦ ଟି ରାଜ୍ୟ ଓ ୪୬୦୦ କିଲୋମିଟର ପଦଯାତ୍ରା ଶେଷକରି ଏବେ ଓଡିଶା ରାଜ୍ୟ ମଧ୍ୟରେ ତାଙ୍କର ପଦଯାତ୍ରା ଜାରିରଖିଛନ୍ତି। ଓଡିଶା ପଦଯାତ୍ରାର ଏହିକ୍ରମରେ ଶ୍ରୀ ଧିଲୋନ ଆଜି ଦିନ ୧ ଟା ସମୟରେ ଭୁବନେଶ୍ୱରରେ ଆସି ପହଞ୍ଚି ଥିଲେ। ପଦଯାତ୍ରୀ ଶ୍ରୀ ଧିଲୋନ ଏହି ଅବସରରେ ଇଭିଏମ ବ୍ୟବହାରର ଭୟାବହତା ଓ ପଦଯାତ୍ରାର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ।

ଶ୍ରୀ ଧିଲୋନଙ୍କର ଆଗାମୀ ଗସ୍ତକ୍ରମ ଅନୁଯାୟୀ ଓଡ଼ିଶାରେ ତାଙ୍କର ପଦଯାତ୍ରା ଶେଷକରି ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଉତ୍ତରପ୍ରଦେଶ ଦେଇ ଦିଲ୍ଲୀର ରାଜଘାଟରେ ଏହି ପଦଯାତ୍ରାର ସମାପନ କରିବାର କାର୍ଯ୍ୟକ୍ରମ ରହିଅଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.