Home ଓଡ଼ିଶା ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍ କୁ ନେଇକରି ପ୍ରଦର୍ଶନ ଜାରୀ : ଜନ୍ତର ମନ୍ତରରେ ବିରୋଧ...

ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ୍ କୁ ନେଇକରି ପ୍ରଦର୍ଶନ ଜାରୀ : ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ

431

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ଦେଶରେ ନାଗରିକତା ଆଇନ୍ ର ବିରୋଧ କ୍ରମାଗତଭାବେ ଜାରୀ ଅଛି। ଶନିବାରଦିନ ଦିଲ୍ଲୀର ଜନ୍ତର ମନ୍ତରରେ ଏହି ଆକ୍ଟର ବିରୁଦ୍ଧରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ହେଉଛି। ହଜାର ହଜାର ସଂଖ୍ୟାରେ ଲୋକ ସେଠାରେ ପହଁଚିଛନ୍ତି। ଏହା ପୂର୍ବରୁ ଦିଲ୍ଲୀର ଜାମିଆ ମିଲ୍ଲିଆ ଇସ୍ଲାମିୟା ୟୁନିଭର୍ସିଟିର ଛାତ୍ରମାନେ ମଧ୍ୟ ଗତକାଲି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିରୋଧ ପ୍ରଦର୍ଶନ ବେଳେ ଛାତ୍ରମାନେ ବ୍ୟାରିକେଡ଼୍ ଉପରେ ଚଢ଼ିଯାଇଥିଲେ। ଯାହାଫଳରେ ପୋଲିସ୍ କୁ ବାଧ୍ୟ ହୋଇ ଆଶୁ ଗ୍ୟାସ୍ ଛାଡ଼ିବାକୁ ପଡ଼ିଥିଲା। ଏବଂ ପୋଲିସ୍ ଲାଠି ଚାର୍ଜ କରିଥିଲା ବୋଲି ଛାତ୍ରମାନେ ଅଭିଯୋଗ କରିଥିଲେ।

ଅପର ପକ୍ଷରେ ଦିଲ୍ଲୀ ପୋଲିସ୍ ର ଆଡଭାଇଜରୀ ଅନୁଯାୟୀ ଦିଲ୍ଲୀ ମେଟ୍ରୋ ରେଳ, ଜନପଥ ମେଟ୍ରୋ ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାର ବନ୍ଦ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.