Home ଓଡ଼ିଶା ପୁଣି ମହଁଗା : ପିଆଜ ପରେ ଏବେ କ୍ଷୀର – ମଦର ଡାଇରୀ ପରେ ଅମୂଲ...

ପୁଣି ମହଁଗା : ପିଆଜ ପରେ ଏବେ କ୍ଷୀର – ମଦର ଡାଇରୀ ପରେ ଅମୂଲ ବଢ଼ାଇଲା କ୍ଷୀର ଦର

349

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ଦେଶର ସବୁଠାରୁ ବଡ଼ ଏବଂ ଜଣାଶୁଣା କମ୍ପାନୀ ଅମୂଲ (Amul) କ୍ଷୀରର ଦର ବଢ଼ାଇବାକୁ ନିଷ୍ପତି ନେଇଛି। କମ୍ପାନୀର ତରଫରୁ ଜାରୀ ଏକ ବିଜ୍ଞପ୍ତିରେ କିହାଯାଇଛିଯେ, ୧୫ ଡିସେମ୍ବର ୨୦୧୯ ରେ କ୍ଷୀରର ଦର ୨ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଏବେ ଅମୂଲ ଗୋଲ୍ଡ (Amul Gold) ର ୫୦୦ ଗ୍ରାମ ପାଉଚର ଦାମ ୨୭ ରୁ ବଢିକରି ୨୮ ଟଙ୍କା ହୋଇଛି। ଅମୂଲ ତାଜା (Amul Taaza) ର ୫୦୦ ଗ୍ରାମ ପାଉଚର ଦାମ ୨୧ ରୁ ବୃଦ୍ଧିପାଇ ୨୨ ଟଙ୍କା ହୋଇଛି ।

ସୂଚନାଯୋଗ୍ୟଯେ, ମଦର ଡେଇରୀ (Mother Dairy) ମଧ୍ୟ ୧୫ ଡିସେମ୍ବର ୨୦୧୯ ରୁ କ୍ଷୀରର ଦାମରେ ୩ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତି ନେଇଛି। ମଦର ଡେଇରୀ ଦିଲ୍ଲୀ-NCR କ୍ଷେତ୍ରରେ ପ୍ରତ୍ୟେକ ଦିନ ପ୍ରାୟତଃ ୩୦ ଲକ୍ଷ ଲୀଟର କ୍ଷୀର ସପ୍ଲାଇ କରିଥାଏ। ଏଥିରେ ୮ ଲକ୍ଷ ଲୀଟର କ୍ଷୀର ଗାଈ କ୍ଷୀର ହୋଇଥାଏ।

ଅମୂଲର କ୍ଷୀରର ନୂଆ ଦର – ଅମୂଲ (Amul) ତରଫରୁ ଜାରୀ ବିଜ୍ଞପ୍ତି ମୁତାବକ, ଦିଲ୍ଲୀ ଏନସିଆର, ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ମୁମ୍ବାଇ, ଅହମ୍ମଦାବାଦ, ସାଣଂଦରେ ୧୫ ଡିସେମ୍ବରରୁ କ୍ଷୀରର ଦର ୨ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ଦର ବଢ଼ାଇବାକୁ ନିଷ୍ପତି ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.