Home Coronavirus Outbreak ଦିଲ୍ଲୀରେ ଏକ ସପ୍ତାହ ପାଇଁ ବଢ଼ିପାରେ ଲକ୍‌ଡାଉନ୍‌ ଅବଧି: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି କରିପାରନ୍ତି...

ଦିଲ୍ଲୀରେ ଏକ ସପ୍ତାହ ପାଇଁ ବଢ଼ିପାରେ ଲକ୍‌ଡାଉନ୍‌ ଅବଧି: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି କରିପାରନ୍ତି ଘୋଷଣା

48

ନୂଆଦିଲ୍ଲୀ ୧-୫ (ଓଡ଼ିଆ ପୁଅ) ଦେଶରେ କରୋନା ଭତାଣୁ ସଂକ୍ରମଣର ଅବସ୍ଥା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ପ୍ରଥମ ଥର ପାଇଁ ଶନିବାର ଦିନ ୪ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ୩୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ଗୋଟିଏ ସପ୍ତାହ ପାଇଁ ବୃଦ୍ଧି କରିପାରନ୍ତି। ଏହାର ଘୋଷଣା ସେ ଆସନ୍ତା କାଲି କରିପାରନ୍ତି ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରରେ ୬୨,୯୧୯ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେ ରିପୋର୍ଟ ହୋଇଥିଳେ ସଂକ୍ରମଣ ହେତୁ ୮୨୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ କର୍ଣ୍ଣାଟକରେ ୪୮,୨୯୬ ନୂଆ ସଂକ୍ରମଣ, କେରଳରେ ୩୭,୧୯୯, ଉତ୍ତରପ୍ରଦେଶରେ ୩୪,୬୨୬ ଏବଂ ରାଜଧାନୀ ଦିଲ୍ଲୀରେ ୨୭,୦୪୭ ନୂଆ ସଂକ୍ରଂଣ ରେକର୍ଡ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ ଏହି ମାମଲାର ୭୩.୦୫ ପ୍ରତିଶତ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନରୁ ଆସୁଛି। ଏଥି ସହିତ ଦେଶରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ଆରମ୍ଭ ହେଉଛି। ଅନେକ ରାଜ୍ୟ ଟିକା ଅଭାବରୁ ଟୀକାକରଣ ଆରମ୍ଭ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟଗୁଡିକ କହିଛନ୍ତି ଯେ କମ୍ପାନୀଗୁଡ଼ିକ ଟୀକା ଷ୍ଟକ୍ ଯୋଗାଇବା ପରେ ହିଁ ଟୀକାକରଣ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.