Home ଓଡ଼ିଶା ଆଇଏଏସ୍ ଅରୁଣ କୁମାର ସିଂଙ୍କ ଦେହାନ୍ତ ପରେ ତ୍ରିପୁରାରୀ ଶରଣ ବିହାରର ନୂତନ ମୁଖ୍ୟ ଶାସନ...

ଆଇଏଏସ୍ ଅରୁଣ କୁମାର ସିଂଙ୍କ ଦେହାନ୍ତ ପରେ ତ୍ରିପୁରାରୀ ଶରଣ ବିହାରର ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତ

69

ପାଟନା ୧-୫ (ଓଡ଼ିଆ ପୁଅ) ୧୯୮୫ ବ୍ୟାଚ୍ ଆଇଏଏସ୍ ଅରୁଣ କୁମାର ସିଂଙ୍କ ଦେହାନ୍ତ ପରେ ମୁଖ୍ୟ ଶାସନ ସଚିବ ପଦ ଖାଲି ପଡିଥିଲା। ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ୭ ଜଣ ଅଧିକାରୀଙ୍କୁ ସ୍ଥାନାନ୍ତର କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଦାୟିତ୍ୱ ତ୍ରିପୁରାରୀ ଶରଣଙ୍କୁ ଦେଇଛନ୍ତି।

ଶନିବାର ଦିନ ବିହାରରେ ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି। ଯେଉଁ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଛି ସେମାନଙ୍କ ମଧ୍ୟରେ ୧୯୮୫ ବ୍ୟାଚ୍ ର IAS ତ୍ରିପୁରୀ ଶରଣ ଅନ୍ତର୍ଭୁକ୍ତ। ବରିଷ୍ଠ ଆଇଏସ୍ ଅଧିକାରୀ ତ୍ରିପୁରାରୀ ଶରଣଙ୍କୁ ବିହାର ସରକାରଙ୍କ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ବାସ୍ତବରେ ଶୁକ୍ରବାର ଦିନ ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂଙ୍କର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.