Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗ ଜାତୀୟ ହୁଇଲ୍ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଲେ ଭଦ୍ରକର ଅକ୍ଷୟ, ସାମ୍ବାଦିକ ସମ୍ମିଳନୀରେ...

ଦିବ୍ୟାଙ୍ଗ ଜାତୀୟ ହୁଇଲ୍ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଲେ ଭଦ୍ରକର ଅକ୍ଷୟ, ସାମ୍ବାଦିକ ସମ୍ମିଳନୀରେ ଖେଳାଳୀଙ୍କ ନାମ ଘୋଷଣା

53

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିବ୍ୟାଙ୍ଗ ଜାତୀୟ ହୁଇଲ୍ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଅଂଶଗ୍ରହଣ କରିଛି। ଦିବ୍ୟାଙ୍ଗ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଅଫ୍ ଓଡ଼ିଶା ତରଫରୁ ଖେଳିବାକୁ ଯାଉଥିବା ଖେଳାଳୀମାନଙ୍କର ନାମ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ବିଶେଷକରି ଏଥର ନୂଆଭାବେ ଭଦ୍ରକ ଜିଲାର ଅକ୍ଷୟ କୁମାର ସାହୁ ସ୍ଥାନ ପାଇଥିବାରୁ ଭଦ୍ରକ ସ୍ଥିତ ବାଲଗୋପାଳ ମନ୍ଦିରର ସମ୍ମିଳନୀ କକ୍ଷରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିବା କଥା ହୁଇଲ୍ ଚେୟାର କ୍ରିକେଟ୍ ଆସୋସିିଏସନ୍ ଓଡ଼ିଶାର ସଂପାଦକ ଅଭୟ କୁମାର ଜେନା ସୂଚନା ଦେଇଛନ୍ତି। ଆସୋସିଏସନ୍ ସଭାପତି ରାହାସ ବିହାରୀ ପୃଷ୍ଟିଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଅଜୟ କୁମାର ରାଉତ ଖେଳାଳୀମାନଙ୍କର ନାମ ଘୋଷଣା କରିଥିଲେ। ଏମାନେ ହେଲେ କୋରାପୁଟର ସୁଦର୍ଶନ ନାଗ, କନ୍ଧମାଳର ମାଧବ ବଡସେଠ (ଭାଇସ୍ କ୍ୟାପଟେନ), କେନ୍ଦୁଝରର ଅଭୟ କୁମାର ଜେନା (କ୍ୟାପଟେନ୍‌), ମଙ୍ଗଳ ଲୋହରା, ଅମିତ କୁମାର ପରିଡା ଓ ତୁଷାରକାନ୍ତ ରଣା, ଗଂଜାମର ବେଣୁ ବେହେରା, ଏନ. ତିରୁପତି ରେଡ୍ଡି, ସିଲୁ ସେଠୀ, କୁମାର ପାଣିଗ୍ରାହୀ, କଟକର ବାସୁଦେବ ବେହେରା, ଫୁଲବାଣୀର ରାଜକୁମାର ନାୟକ, ଭଦ୍ରକର ଅକ୍ଷୟ ସାହୁ। ଏହି ଟୁର୍ଣ୍ଣାମେଣ୍ଟରେ କୋଚ୍ ଭାବେ ଶ୍ରୀକାନ୍ତ ପାତ୍ର ନିଯୁକ୍ତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୪ ରୁ ୮ ତାରିଖ ୫ ଦିନ ଧରି ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଓଡ଼ିଶାରେ ଡିସେମ୍ବର ୨୭, ୨୮ ଓ ୨୯ ତିନିଦିନ ଧରି ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ହୁଇଲ୍ ଚେୟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ର, ତାମିଲନାଡୁ, ଓଡ଼ିଶା ୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ସେହିପରି ଓଡ଼ିଶା କଳିଙ୍ଗ ଟ୍ରଫିରେ ତାମିଲନାଡୁ, ଆନ୍ଧ୍ର, ଓଡ଼ିଶା, ଉତ୍ତରପ୍ରଦେଶ ୪ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି। ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାକ ବିକଳାଙ୍ଗ ମଂଚ ଭଦ୍ରକ ଜିଲା ପକ୍ଷରୁ ଭିନ୍ନକ୍ଷମ ଭାଇ-ଭଉଣୀ ମାନେ ଭଦ୍ରକର ଖେଳାଳୀ ଶ୍ରୀ ସାହୁଙ୍କୁ ସାମିଲ କରିଥିବାରୁ ହୁଇଲ୍ ଚେୟାର କ୍ରିକେଟ୍ ଆସୋସିଏସନ୍‌ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.