Home ଖେଳ ଆନ୍ତଃ ବିଦ୍ୟାଳୟ କ୍ରିକେଟ, ଚାନ୍ଦବାଲି ଚାମ୍ପିୟନ

ଆନ୍ତଃ ବିଦ୍ୟାଳୟ କ୍ରିକେଟ, ଚାନ୍ଦବାଲି ଚାମ୍ପିୟନ

52

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଆନ୍ତଃ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଚାନ୍ଦବାଲି ସ୍କୁଲ ଚାମ୍ପିୟନ ହୋଇଛି। ଅନୁଷ୍ଠିତ ଫାଇନାଲ ମ୍ୟାଚ ଅପର୍ତ୍ତିବିନ୍ଧାର ଶ୍ରୀ ସତ୍ୟସାଇ ବିଦ୍ୟାପୀଠ ଓ ଚାନ୍ଦବାଲି ସ୍କୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚାନ୍ଦବାଲି ଟସ୍ ଜିତି ପ୍ରଥମେ ବୋଲିଂ କରି ପ୍ରତିପକ୍ଷ ଦଳକୁ ୧୧୭ ରନରେ ଅଲ୍ ଆଉଟ କରିଥିଲା। ସତ୍ୟସାଇ ପକ୍ଷରୁ ସିଦ୍ଧାର୍ଥ କୁମାର ମହାନ୍ତି ସର୍ବାଧିକ ୨୧ ରନ କରିଥିବା ବେଳେ ଚାନ୍ଦବାଲି ପକ୍ଷରୁ ସମୀର ନନ୍ଦ ୩.୪ ଓଭରରେ ୧୦ ରନ ଦେଇ ୪ଟି ଉଇକେଟ ନେଇଥିଲେ। ପରେ ଚାନ୍ଦବାଲି ସ୍କୁଲ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୨୦ରନ କରି ବିଜୟ ହାସଲ କରିଥିଲା। ସାଇ ଡି. ସାହୁ ଦଳ ପକ୍ଷରୁ ସର୍ବାଧିକ ୨୫ ରନ କରିଥିବା ବେଳେ ଆଶିଷ କୁମାର ମହାପାତ୍ର ଚାନ୍ଦବାଲି ପକ୍ଷରୁ ୨ଟି ଉଇକେଟ ନେଇଥିଲେ। ସମୀର ନନ୍ଦଙ୍କ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିବା ବେଳେ ଆଶିଷ ମହାପାତ୍ରଙ୍କୁ ମ୍ୟାନ ଅଫ୍ ଦି ସିରିଜ ବିବେଚିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.