Home ଜିଲ୍ଲା ପରିକ୍ରମା ଦିବ୍ୟାଙ୍ଗଙ୍କୁ  ସହାୟକ ଅଙ୍ଗ ଊପକରଣ ପ୍ରଦାନ

ଦିବ୍ୟାଙ୍ଗଙ୍କୁ  ସହାୟକ ଅଙ୍ଗ ଊପକରଣ ପ୍ରଦାନ

117

ଯାଜପୁର୧୩ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଜିଲ୍ଲାର ବିଂଝାରପୁର ବ୍ଳ୍‌କ ଅନ୍ତର୍ଗତ ପ୍ରିତିପୁର ଗ୍ରାମର ରବିନ୍ଦ୍ର ପରିଡାଙ୍କ ୧୧ ବୟସର ପୁତ୍ର ଦୀପକ ପରିଡା ଜନ୍ମରୁ ଜଣେ ଦିବ୍ୟାଙ୍ଗ  ।  ବିନା ସହଯୋଗରେ ଚଳ ପ୍ରଚଳ ଅସୁବିଧା ହେଉଥିବାରୁ ଓ ଆର୍ଥିକ ଅଭାବ ଦୃଷ୍ଟିରୁ ପୁତ୍ରର ଚିକିତ୍ସା ପାଇଁ ସେ ଅସମର୍ଥ ଥିଲେ ।  ଏଥିପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପିଂଜିଓଥେରାପିଂ ବିଭାଗ ଓ ଜିଲ୍ଲା ରେଡକ୍ରର ସହଯୋଗ କ୍ରମେ ଉପକରଣ ଅଙ୍ଗ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା ।  ଯାଜପୁର ଅତିରିକ୍ତ ତହସିଲଦାର  କ୍ଷୀରୋଦ ଚନ୍ଦ୍ର ଦାସ ହିତାଧିକାରୀଙ୍କୁ ଏହି ଉପକରଣ ପ୍ରଦାନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ପିଂଜିଓଥେରାପିଷ୍ଟ ଡା. ଦେବୀ ପ୍ରସାଦ ସାମଲ ଓ ଡା. ଆଞ୍ଚଲ ବାୱା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.