Home ଜିଲ୍ଲା ପରିକ୍ରମା ଦିବଂଗତ ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ଶୋକ ସଭା

ଦିବଂଗତ ବିଶିଷ୍ଟ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କ ଶୋକ ସଭା

54

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଣିଷ ଜୀବନର ମୂଲ୍ୟବୋଧ ତାର ଜନ୍ମ ଓ ମୃତ୍ୟୁ ମଧ୍ୟର ସମୟରୁ ଜଣାପଡିଥାଏ। ବ୍ୟବଧାନ ସ୍ୱଳ୍ପ ହେଉ ଅଥବା ଦୀର୍ଘଯୁକ୍ତ ହେଉ ତାର ସ୍ୱୀକୃତି ପାଇଁ ସେ ମରି ମଧ୍ୟ ଅମର ହୋଇ ରହିଯାଏ ବୋଲି ଭଦ୍ରକର ପ୍ରମୁଖ ନାଟ୍ୟ ସଂସ୍ଥା ‘ସଂକେତ’ ଆନୁକୂଲ୍ୟରେ ଦିବଂଗତ ଶିଳ୍ପୀ, ସାହିତ୍ୟିକ, ଅଭିନେତା ଓ କବି ଅଶୋକ ମହାନ୍ତିଙ୍କ ଶୋକସଭାରେ ମତ ପ୍ରକାଶ ପାଇଛି। ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ମୁଖ୍ୟଅତିଥି ଭାବେ ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଭଦ୍ରକ ନଗର କଳା ସଂସ୍କୃତି ସଂଘର ଉପସଭାପତି ନରେନ୍ଦ୍ର ପରିଡା ଓ ବିମଳା ନାଟ୍ୟ ସଂସଦର ସଂପାଦକ ତଥା ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଦିବଂଗତ ମହାନ୍ତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ହରେକୃଷ୍ଣ ମହାମନ୍ତ୍ର ନାମ ଗାନ କରାଯାଇଥିଲା। ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ, ମୋଗଲ ତାମସାର କଳାକାର ସୁଧୀର ମହାପାତ୍ର, ଅମୀୟ କୁମାର ମହାପାତ୍ର, ପ୍ରଦ୍ୟେତନ ସୂତାର, ସରୋଜ ସିଂ, ବୃନ୍ଦାବନ ସାହୁ, ନାରଣ ସାହୁ ପ୍ରମୁଖ ଯୋଗଦେଇ ସ୍ମୃତି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସୁମତୀ ପଣ୍ଡା ସ୍ମୃତି ସଂଗୀତ ଗାନ କରିଥିବାବେଳେ ସଂକେତ୍ ନାଟ୍ୟ ସଂସ୍ଥା, ବିମଳା ନାଟ୍ୟ ସଂସଦ, ବଂଶୀବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ ଓ ବଂଶୀବଲ୍ଲଭ ଗିରିଧାରୀ ନାଟ୍ୟ ସଂସଦର କଳାକାରମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.