Home ଜିଲ୍ଲା ପରିକ୍ରମା ଓଲଟିଲା ଛେଳି ବୋଝେଇ କଣ୍ଟେନର, ଲୁଟିନେଲେ ଛେଳି

ଓଲଟିଲା ଛେଳି ବୋଝେଇ କଣ୍ଟେନର, ଲୁଟିନେଲେ ଛେଳି

51

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ରାଜପଥର ଯାମିନିବିନ୍ଧା ଆସାମ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଆଜି ୧୨.୩୦ ମି ସମୟରେ ଛେଳି ବୋଝେଇ କଣ୍ଟେନର ଓଲଟି ପଡିବା ଫଳରେ ୪ ଜଣ ଆହତ ହେବା ସହ ୫ ଛେଳି ମୃତ୍ୟୁବରଣ କରିଥିବା ଜଣାଯାଇଛି। ସକଟ ଅଭିମୁଖି ଏହି କଣ୍ଟେନରର ପଛଚକା ସଂପୃକ୍ତ ସ୍ଥାନରେ ପମ୍ପଚର ହେବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଚାଳକ ସମେତ ୩ଜଣ ଆହତ ହୋଇଥିଲେ। ସ୍ଥାନୀୟ ପୁଲିସ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଆହତମାନେ ହେଲେ ଖଡଗପୁର ସିଉଲି ଅଞ୍ଚଳର ଚାଳକ ଶେଖ(୧୮), ଶବଦ୍ଦମ(୧୮) ଓ ଆସମଲ(୧୮)। କଣ୍ଟେନରରେ ବୋଝେଇ ହୋଇଥିବା ୨୩୦ ଛେଳି ମଧ୍ୟରୁ ୨୦୫ ଛେଳି ଉଦ୍ଧାର କରାଯାଇ ଅନ୍ୟଏକ ଯାନରେ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଥିଲା। ୫ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ଦୁର୍ଘଟଣାର ସୁଯୋଗ ନେଇ କେତେକ ଛେଳି ଲୁଟ ହୋଇଥିବା ଜଣାଯାଇଛି। ପୁଲିସ ପକ୍ଷରୁ ଲୁଟ ଛେଳିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ତେବେ ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ଏଥିନେଇ ଅଭିଯୋଗ ହୋଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.