Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ (ଓଏସ୍‌ଜେୟୁ) ର ଭଦ୍ରକ ଶାଖା ଗଠିତ

ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ (ଓଏସ୍‌ଜେୟୁ) ର ଭଦ୍ରକ ଶାଖା ଗଠିତ

56

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଦିନକୁ ଦିନ ସାମ୍ବାଦିକମାନଙ୍କର ସମସ୍ୟା କ୍ରମଶଃ ବୃଦ୍ଧି ପାଉଛି। ବିଶେଷକରି କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କର ବିଭିନ୍ନ ଦାବି ଓ ସୁରକ୍ଷାକୁ ନେଇ ଅନେକ ସଂଘ ସଂଗ୍ରାମ ଜାରି ରଖିଥିବାବେଳେ ଭଦ୍ରକରେ ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ (ଓଏସ୍‌ଜେୟୁ) ର ଭଦ୍ରକ ଶାଖାର ଶୁଭାରମ୍ଭ ହୋଇଛି। ଏହି ସଂଘର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ସାଧାରଣ ସଂପାଦକ ଭାବେ ସତ୍ୟଭୂଷଣ ସ୍ୱାମୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବାବେଳେ ଅନ୍ୟ ଦାୟିତ୍ୱ ଆଗାମୀ ଦିଗରେ ଯୁବ ନେତୃତ୍ୱଙ୍କୁ ଦିଆଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ପାଣିଗ୍ରାହୀ ଉପସ୍ଥିତ ରହି ସୂଚନା ଦେଇଛନ୍ତି। ଏବଂ ଆଗାମୀ ସାଧାରଣ ବୈଠକରେ ସେମାନଙ୍କୁ ଜିଲାର ସମସ୍ତ ବ୍ଲକ୍‌ରେ ସଂଘୀୟ ଦାୟିତ୍ୱ ଦିଆଯିବ ବୋଲି କହିଛନ୍ତି। ଏଥିସହ ଆଗକୁ ଜିଲାସ୍ତରୀୟ ସମ୍ମିଳନୀ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସଭାପତି ଓ ସଂପାଦକଙ୍କ ଉପସ୍ଥିତିରେ ସ୍ଥିର କରାଯାଇଛି। ଅନୁଷ୍ଠିତ ଏହି ଜରୁରୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁନୀଲ କୁମାର ଦତ୍ତ, ଅଶ୍ୱିନୀ ପାଢୀ, ଦୁର୍ଗାଶଙ୍କର ବିଶ୍ୱାଳ, ଶୈଳେନ୍ଦ୍ର ପଲେଇ, ନିରଂଜନ ଦାସ, ସୁବ୍ରତ ପାଲ, ଶଶିଭୂଷଣ ସ୍ୱାମୀ, ପ୍ରଦୀପ ରାଉତ, ଭଗବାନ ରାଉଳ, ଅଭିରାମ ମିଶ୍ର, ଜାହିଦ୍ ଖାନ୍‌, ଅସିତ୍ ଓଝା, ଦୁର୍ଗାଚରଣ ସାମଲ, ସୁକାନ୍ତ ମହାନ୍ତି, ତପନ କୁମାର ସାହୁ, ଅମ୍ଲାନ ପଣ୍ଡା, ଶୁଭେନ୍ଦୁ ଧଳ, ପ୍ରତାପ ପାଢୀ, ସମ୍ବିତ ନାୟକ, ରବାନୀ ୱାର୍ସି, ସୀତାକାନ୍ତ ପାଢୀ, ବିଦ୍ୟାଧର ସାହୁ, ସେକ୍ ଫିତର, ସୁରଜ ଖାନ୍ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.