Home Coronavirus Outbreak ଦିନକରେ ୧୩୮କରୋନା ପଜିଟିଭ୍ ଚିହ୍ନଟ – ବାଲେଶ୍ୱରରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୫୯୭କୁ ବୃଦ୍ଧି

ଦିନକରେ ୧୩୮କରୋନା ପଜିଟିଭ୍ ଚିହ୍ନଟ – ବାଲେଶ୍ୱରରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୫୯୭କୁ ବୃଦ୍ଧି

72

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶରେ ଜାରି ଅନଲକ୍‌-୩ ଅବଧି ଆଉ ଦିନକ ପରେ ଶେଷ ହେବାକୁ ଯାଉଥିବା ବେଳେ କରୋନା ସଂକ୍ରମଣ ମଧ୍ୟ ଶୀର୍ଷକୁ ଯିବାରେ ଲାଗିଛି। ବାଲେଶ୍ୱରେ ବଢ଼ି ଚାଲିଥିବା ସ୍ଥାନୀୟ ସଂକ୍ରମଣ ଯୋଗୁଁ ଜିଲ୍ଲାର ସ୍ଥିତି ସଙ୍ଗୀନ ଆଡ଼କୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ଗୋଟିଏ ଦିନରେ ୧୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୯୭ରେ ପହଞ୍ଚିଛି। ଆଜି ସୁଦ୍ଧା ଜିଳ୍ଲାର ୨ହଜାର ୬୩୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଏକ୍ଟିଭ୍ ଥିବା ୯୪୪ଜଣ ଆକ୍ରାନ୍ତଙ୍କୁ ଏବେ କୋଭିଡ୍ ହସପିଟାଲରେ ରଖି ଚିକିିତ୍ସା କରାଯାଉଛି। ଅନ୍ୟପକ୍ଷରେ ଜିଲ୍ଲାର ସଂଖ୍ୟା ଏବେ ୧୧ରେ ସ୍ଥିର ରହିଛି। ତେବେ ଆଜି ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୩୮ଜଣ ପଜିଟିଭ୍‌ଙ୍କ ମଧ୍ୟରୁ ବାଲେଶ୍ୱର ପୌରାଞ୍ଚଳରେ ୨୫ ଜଣ ଥିବା ଜଣାପଡ଼ିଛି। ଜିଲ୍ଲାରେ ନୂଆଭାବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁଁ କରୋନା ପିଜିଟିଭ୍ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାଲେଶ୍ୱର ପୌରାଞ୍ଚଳର ମାନସିଂବଜାରରେ ୪ଜଣ, ସଦର ବ୍ଲକର ବାହାବଳପୁରରେ ୧୧ ଜଣ, ରଣସାହିରେ ୫ଜଣ ଓ ଦୁବୁଲାଗଡ଼ିରେ ୫ ଜଣ, ନୀଳଗିରି ବ୍ଲକର ମର୍ଦ୍ଦରାଜପୁରରେ ୯ଜଣ, ରେମୁଣାବ୍ଲକର ବାଲିଆ ଅଞ୍ଚଳରେ ୪ଜଣ ଏବଂ ସୋରବ୍ଲକର ପର୍ଶୁରାମପୁର ଅଞ୍ଚଳରେ ୫ ଜଣ ଏକକାଳୀନ ପିଟିଭ୍ ଚିହ୍ନଟ ସ୍ଥାନୀୟ ସଂକ୍ରମଣକୁ ଅଧିକ ସଂଗୀନ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅନଲକ୍‌-୪ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଘୋଷଣା ହେବା ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଜେଇଇ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ପରୀକ୍ଷା ସେଣ୍ଟର ହେଉଥିବା ଜିଲ୍ଲାମାନଙ୍କରେ ଲକ୍‌ଡାଉନ୍ ଓ ସପ୍ତାହାନ୍ତ ସଟ ଡାଉନ୍ ଉଠାଇଦେଇଛନ୍ତି। ତେବେ ବାଲେଶ୍ୱରରେ ଏନେଇ ପ୍ରଶାସନ ପକ୍ଷରୁ ବିଳମ୍ବରେ ଘୋଷଣା କରାଯିବା ଫଳରେ କଟକଣା ନଥାଇ ବି ଆଜି ସଟ୍ ଡାଉନ୍ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା। ସତେବେ ଗତ କିଛିଦିନ ଧରି ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ ସଂକ୍ରମଣର ସ୍ଥିତି ଆସନ୍ତା ସେପ୍ଟେମ୍ବର ମାସରେ କ’ଣ ରହିବ ତାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.