Home ଜିଲ୍ଲା ପରିକ୍ରମା ୧ ତାରିଖରୁ ସମସ୍ତ ଦୋକାନ ପୂର୍ବଭଳି ଖୋଲିବାକୁ କଂଗ୍ରେସର ଦାବି

୧ ତାରିଖରୁ ସମସ୍ତ ଦୋକାନ ପୂର୍ବଭଳି ଖୋଲିବାକୁ କଂଗ୍ରେସର ଦାବି

228

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଯୋଗୁ ବାରମ୍ବାର ଶଟ୍‌ଡାଉନ, ଲକ୍‌ଡାଉନ କରାଯାଇ ସପ୍ତାହାନ୍ତ ଶନିବାର ରବିବାର ସମ୍ପୂର୍ଣ୍ଣ ବଜାରକୁ ବନ୍ଦ ରଖାଯାଉଥିବା ବେଳେ ପ୍ରତିଦିନ ଦିନ ୨ଟାରୁ ଦୋକାନ ବନ୍ଦ କରାଯାଉଛି । ଏହା ଦ୍ୱାରା ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ବ୍ୟବସାୟ ଠପ୍ ହୋଇ ଯାଇଛି । ଆର୍ôଥକ ଅନଟନରେ ସେମାନେ ନାହିଁ ନ ଥିବା ଅସୁବିଧାରେ କାଳାତିପାତ କରୁଛନ୍ତି । ତେବେ ଏହି ଶଟ୍‌ଡାଉନ କରାଯାଇ ଜିଲ୍ଲାର କେଉଁ ପ୍ରକାର କରୋନା ମୁକାବିଲା ହେଉଛି ତାହା ଜଣାପଡୁନାହିଁ । ଦିନ ୨ଟା ବେଳକୁ ଦୋକାନ ବଜାର କରାଯାଉଥିବାରୁ ଲୋକଙ୍କ ଭିଡ ଅଧିକ ପରିଲକ୍ଷିତ ହେଉଛି । ତେବେ ୨ଟା ପରେ ଶଟଡାଉନ କାଗଜ କଳମରେ ଚାଲୁଛି । କେବଳ ଦୋକାନ ବଜାର ବନ୍ଦ ରହୁଥିଲେ ବି ଲୋକଙ୍କ ଚଳପ୍ରଚଳ ଜାରି ରହୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଚାଲିଥିବା ବେଳେ ଖାଇବାକୁ ନ ପାଇ କରୋନାରୁ ମୁକୁଳିବାକୁ ଯାଇ ଅନାହାରରେ ମୃତ୍ୟୁ ଯେପରି ନ ଘଟେ ସେଥିଲାଗି ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଆଜି ଭଦ୍ରକ ବିଧାନସଭା କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆସନ୍ତା ୧ ତାରିଖ ଠାରୁ ନିୟମିତ ଦୋକାନ ବଜାର ଖୋଲା କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । ଅନ୍‌ଲକ ୪ରେ ବହୁ କଟକଣାକୁ କୋହଳ କରିଥିବା ବେଳେ କରୋନା ମୁକାବିଲାରେ ରାଜ୍ୟ ସରକାର ବାହାବା ମାରି ଡିଣ୍ଡିମ ପିଟୁଥିବା ବେଳେ ଏଭଳି ବ୍ୟବସାୟୀଙ୍କ ପେଟକୁ ନାତ ମାରିବା ନୀତିକୁ ଶ୍ରୀ ମହାନ୍ତି ତୀବ୍ର ବିରୋଧ କରିଛନ୍ତି । ଆସନ୍ତା ୧ ତାରିଖ ଠାରୁ ଭଦ୍ରକ ଜିଲ୍ଲାର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଖୋଲା କରିବା ପାଇଁ ଶ୍ରୀ ମହାନ୍ତି ଜିଲ୍ଳାପାଳଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.