Home ଜିଲ୍ଲା ପରିକ୍ରମା ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

80

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି। ତେବେ ଯେଉଁ ବନ୍ୟା ହୋଇଯାଇଛି, ଏଥିରେ ଜିଲ୍ଲାର ୭ଟି ବ୍ଳକ ଓ ୪ଟି ପୌରପାଳିକାର ୧୧୮ଟି ପଞ୍ଚାୟତର ୫୮୭ ଗ୍ରାମର ଓ ପୌରପାଳିକାର ୧୦ଟି ୱାର୍ଡ ପ୍ରଭାବିତ ହୋଇଛି। ଏଥିରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୨ଲକ୍ଷ ୭୦ ହଜାର ୫୧୫ଜଣ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମୋଟ ୧୭ ହଜାର ୬୪୮ ଲୋକଙ୍କୁ ସ୍ଥାନାନ୍ତର କରି ୧୦୬ଟି ବିଭିନ୍ନ କେନ୍ଦ୍ରରେ ରଖାଯାଇଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ କିଛି ଲୋକ ନିଜ ଘରକୁ ଫେରି ଯାଇଛନ୍ତି। ୯୬ଟି କେନ୍ଦ୍ର ୧୪ହଜାର ୧୦୦ଜଣ ଆଜି ମଧ୍ୟ ସ୍ଥାନାନ୍ତରିତ କେନ୍ଦ୍ରରେ ରହିଛନ୍ତି। ଜିଲ୍ଳା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି। ଆଜି ମଧ୍ୟ ଉଦ୍ଧାରକାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି। ଧାମନଗର, ଭଣ୍ଡାରିପୋଖରୀ ଓ ତିହିଡି ବ୍ଳକରେ ୨୩ଟି ବୋଟ ଉଦ୍ଧାର କାର୍ଯ୍ୟରେ ରହିଛି। ବନ୍ୟାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତର ହରିହର ସାମଲ, ଷୋଳମପୁର ପଞ୍ଚାୟତର ବ୍ରାହ୍ମଣପଦା ଗ୍ରାମର ସନ୍ଦିପ ରାଉତ ଏବଂ ଧାମନଗର ବ୍ଲକର ହେମନ୍ତ ଜେନା। ଏହି ବନ୍ୟାରେ ୬୮ହଜାର ୨୮୪ ପଶୁ ସମ୍ପଦ ପ୍ରଭାବିତ ହୋଇଛନ୍ତି। ୪ଟି ପଶୁ ସମ୍ପଦର ମୃତ୍ୟୁ ଘଟିଛି। ପ୍ରାଥମିକ ଆକଳନ ଅନୁଯାୟୀ ୩୮ହଜାର ୭୦୭ ହେକ୍ଟର ଜମିର ଫସଲ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ୭ଟି ଯାକ ବ୍ଲକର ବନ୍ୟା ଅଞ୍ଚଳରେ ଭ୍ରାମ୍ୟମାଣ ମେଡିକାଲ ଟିମ୍ ନିୟୋଜନ ହେବା ସହିତ ବିଭିନ୍ନ ବ୍ଳକ ଅଞ୍ଚଳରେ ମଧ୍ୟ ମେଡିକାଲ ଟିମ ରହି ପ୍ରଭାବିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ପ୍ରଭାବିତ ଅଞ୍ଚଳର ନଳକୂପକୁ ବିଶୋଧନ କରାଯାଇ ପିଇବା ଉପଯୋଗୀ କରାଯାଉଛି। ପ୍ରାୟତଃ ସମସ୍ତ ପ୍ରଭାବିତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଯଦି କେଉଁଠି କେହି ପାଣି ଘେରରେ ଥିବା ଖବର ମିଳେ ତୁରନ୍ତ ସଂପୃକ୍ତ ଅଞ୍ଚଳର ବିଡିଓ ମେସାନଙ୍କୁ ଉଦ୍ଧାର କରିବାକୁ ଜିଲ୍ଲାପାଳ ଡ ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.