Home ଜିଲ୍ଲା ପରିକ୍ରମା ଦର୍ପେଶ୍ୱର ମନ୍ଦିରରୁ ଚୋରି ଅଭିଯୋଗ

ଦର୍ପେଶ୍ୱର ମନ୍ଦିରରୁ ଚୋରି ଅଭିଯୋଗ

26

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ମଧ୍ୟସ୍ଥଳରେ ଅବସ୍ଥିତ ଦର୍ପେଶ୍ୱର ମନ୍ଦିର ହୁଣ୍ଡିବାକ୍ସରୁ ଗତ ବୁଧବାର ରାତ୍ରରେ ଚୋରି ହୋଇଥିବା ଜଣାଯାଇଛି । ହୁଣ୍ଡିବାକ୍ସର ତାଲା ଭଙ୍ଗାଯାଇଥିଲା ଓ ତାଲାକୁ ବାକ୍ସ ଉପରେ ରଖାଯାଇଛି । ବାକ୍ସରେ ଥିବା ସମସ୍ତ ଅର୍ଥକୁ ଚୋରି କରି ନିଆଯାଇଛି । ଗତ ରାତ୍ରରେ ମନ୍ଦିର ପୂଜକ ସନ୍ତୋଷ କୁମାର ଦାଶ ସନ୍ଧ୍ୟା ଆରତୀ ପରେ ତାଲା ପକାଇଯାଇଥିଲେ । ଗୁରୁବାର ସକାଳୁ ଆସି ହୁଣ୍ଡିବାକ୍ସ ତାଲା ଭଙ୍ଗାଯାଇ ବାକ୍ସ ଖୋଲା ଥିବା ଦେଖିଥିଲେ । ମନ୍ଦିର କାନ୍ଥ ସହ ସଂଲଗ୍ନ ଥିବା ହୁଣ୍ଡିବାକ୍ସ ଖୋଲାରେ ରହିଥିଲା । ଏହାର ସୁଯୋଗ ନେଇ ଦୁବୁର୍ତ୍ତମାନେ ଚୋରି କରିଥିବା ପୂଜକ ପ୍ରକାଶ କରିଛନ୍ତି । ଆନୁମାନିକ ଭାବେ ବାକ୍ସରେ ଥିବା ୬ ରୁ ୭ ହଜାର ଟଙ୍କା ଚୋରି ଯାଇଛି । ଏଥିପୂର୍ବରୁ ୨ ଥର ମଧ୍ୟ ଅନୁରୂପ ଭାବେ ଚୋରି ହୋଇଥିଲା । ତେବେ ଚୋରି ସମ୍ପର୍କରେ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.