Home ଜିଲ୍ଲା ପରିକ୍ରମା ବିଏନ୍‌ଏମଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷାଫଳ ପ୍ରକାଶିତ

ବିଏନ୍‌ଏମଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷାଫଳ ପ୍ରକାଶିତ

20

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଞ୍ଜି ନାରାୟଣ ମାଧବ ଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ବିଜ୍ଞାନରେ ମୋଟ ୫୨ଜଣ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୪୯ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଜ୍ଞାନ ଛାତ୍ରୀ ଦେବସ୍ମିତା ଆଚାର୍ଯ୍ୟ ସର୍ବାଧିକ ୪୩୩ ନମ୍ବର ରଖି ବିଦ୍ୟାଳୟର ଟପ୍‌ପର ହୋଇଛନ୍ତି । ଚଳିତ ବର୍ଷ ବିଜ୍ଞାନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୭ଜଣ, ଦ୍ୱିତୀୟ ଶ୍ରେଣୀରେ ୨୩ଜଣ ଓ ତୃତୀୟ ଶ୍ରେଣୀରେ ୧୯ଜଣ ପାସ୍ କରିଛନ୍ତି । ସେହିପରି ବାଣିଜ୍ୟରେ ମୋଟ ୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ତନ୍ମଧ୍ୟରୁ ୮୦ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୀତାଞ୍ଜଳି ପୃଷ୍ଟି ୫୦୮ ନମ୍ବର ରଖି ବିଦ୍ୟାଳୟର ଟପ୍‌ପର ହୋଇଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୧୮ଜଣ, ଦ୍ୱିତୀୟ ଶ୍ରେଣୀରେ ୨୩ ଜଣ ଓ ତୃତୀୟ ଶ୍ରେଣୀରେ ୩୯ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.