Home ଜିଲ୍ଲା ପରିକ୍ରମା ୮ମ ଗ୍ରୀଷ୍ମକାଳୀନ ବାସ୍କେଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

୮ମ ଗ୍ରୀଷ୍ମକାଳୀନ ବାସ୍କେଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

41

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାସ୍କେଟବଲ୍ ଏକାଡେମୀ ଆନୁକୁଲ୍ୟରେ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ୮ମ ଗ୍ରୀଷ୍ମକାଳୀନ ବାସ୍କେଟବଲ୍ ପ୍ରଶିକ୍ଷଣ ଶିବିର ଗତକାଲି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇ ଯାଇଛି । ଉଦ୍‌ଯାପନୀ ସଭାରେ ପୂର୍ବତନ କ୍ରୀଡ଼ା ପ୍ରଶିକ୍ଷକ ତଥା ବାସ୍କେଟବଲ ଖେଳାଳୀ ନିରଞ୍ଜନ ବିଶ୍ୱାଳ, ଏକାଡେମୀର ସମ୍ପାଦକ ବିଶ୍ୱାମିତ୍ର ବେହେରା ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ଶିବିରକୁ ମନୋଜ କୁମାର ସାହୁ, ସହକାରୀ କୋଚ ମନୋଜ ମହାନ୍ତି, ବରିଷ୍ଠ ଖେଳାଳୀ ଶ୍ରୀକାନ୍ତ ଜେନାଙ୍କ ତତ୍ତ୍ୱାବଧାନରେ ସଂପାଦିତ ହୋଇଥିଲା । ଏହି ଶିବିରରେ ଭଦ୍ରକ ଜିଲ୍ଳାରୁ ବିଭିନ୍ନ ସ୍କୁଲ ଓ କଲେଜର ୨୫୦ରୁ ଉର୍ଦ୍ଧ୍ୱ ବାଳକବାଳିକା ଯୋଗ ଦେଇଥିଲେ । ଏଥିରେ ଭଦ୍ରକ ଜିଲ୍ଲାର ସମସ୍ତ ବରିଷ୍ଠ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରର ମୁଖ୍ୟ ପରିଚାଳକ ମନୋଜ କୁମାର ସାହୁ ସମସ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.