Home ଜିଲ୍ଲା ପରିକ୍ରମା ସୀରତୁନ୍ ନବୀ ଦିବସ ପାଳିତ

ସୀରତୁନ୍ ନବୀ ଦିବସ ପାଳିତ

45

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୀରତୁନ୍ ନବୀ ଦିବସ ମଲିକ୍ ମଇଦାନ ଅହମଦିଆ ମୁସଲିମ୍ ଜମାଦ ମସ୍‌ଜିଦ୍ ପ୍ରାଙ୍ଗଣରେ ସଦର ଜମାଦ ସେକ୍ ଅବଦୁଲ କାଦରଙ୍କ ପୌରହିତ୍ୟରେ ଜଲସା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମହିଳା ସାଖା ଲଜନାଇମାଇଲ୍ଲା ର ମୁଖ୍ୟ ହୁସେନ୍ କମର ଜାହାଁ ଓ ଭଦ୍ରକ ବାଲେଶ୍ୱର ଜିଲ୍ଲାର ସଭାପତି ଅମତୁଲ ହପିଜ୍ ଫାଏଜା ଙ୍କ ନେତୃତ୍ୱରେ ମାନବ ସେବା କନ୍ୟା ଆଶ୍ରମ ପଗଡ଼ ଓ ବାତ୍ସଲ୍ୟ ଗୃହ ଭଦ୍ରକ ର ସୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇ ସେମାନଙ୍କର ଉନ୍ନତି କାମନା କରାଯାଇଥିଲା । ଏହି ସଭାରେ ମହାପୁରୁଷ ମହମ୍ମଦ ସ.ଅ.ସ. ଙ୍କ ପବିତ୍ର ଜୀବନ ଚରିତ୍ର ଓ ମାନବ ସେବା ପ୍ରତି ତାଙ୍କର କରୁଣା ପ୍ରେମ, ଭାତୃଭାବ, ଦେଶପ୍ରବ ଓ ବିଶ୍ୱଶାନ୍ତି ପାଇଁ ଉପଦେଶ ଓ ସ୍ତ୍ରୀ ଜାତିର ଅଧିକାର, ସ୍ତ୍ରୀକୁ ନ୍ୟାୟ ଦେବା ଇତ୍ୟାଦି ବକ୍ତାମାନେ ଦୃଷ୍ଟାନ୍ତ ପ୍ରକାଶ କରିବା ସଂଗେ ସଂଗେ ଏଥିରେ ଅନୁପ୍ରାଣିତ ହେବା ପାଇଁ ଉପଦେଶ ଦେଇଥିଲେ । ଶେଷରେ ବିଶ୍ୱଶାନ୍ତି ପାଇଁ ସାମୂହିକ ପ୍ରାର୍ଥନା କରାଯାଇ ସଭା କାର୍ଯ୍ୟ ସମାପନ୍ନ କରାଯାଇଥିଲା । ନାଏବ ଅମିର ସଂଗଠନର ଉପସଭାପତି ସେକ୍ ଗୋଲାମ ଅହେମ୍ମଦଙ୍କ ତତ୍ୱାବଧାନାରେ କାର୍ଯ୍ୟକର୍ମକୁ ପରିଚାଳିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.