Home ଜିଲ୍ଲା ପରିକ୍ରମା ରଜ ଉତ୍ସବ ପାଳନ ନେଇ ଜାରି ହେଲା ୧୪୪ ଧାରା

ରଜ ଉତ୍ସବ ପାଳନ ନେଇ ଜାରି ହେଲା ୧୪୪ ଧାରା

129

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳନର ଅବବ୍ୟହିତ ପୂର୍ବରୁ ଗତକାଲି ଉପଜିଲ୍ଲାପାଳ ପୀତାମ୍ବର ସାମଲ ବିଭିନ୍ନ ଉତ୍ସବ ସ୍ଥଳରେ ୧୪୪ ଧାରା କଟକଣା ଜାରି କରିଛନ୍ତି । କଟକଣା ଜାରି ହୋଇଥିବା ସ୍ଥାନ ଗୁଡିକ ହେଲା ପୁରୁଣାବଜାର ଥାନା ଅନ୍ତର୍ଗତ କଦମବେଢା ହରିହାଟ ପଡ଼ିଆ,ଟାଉନ ଥାନା ଅନ୍ତର୍ଗତ ୟୁସୁଫପୁର ଭୁତକେଳୀ ଶୋଭାଯାତ୍ରା, ପୁରୁଣାବଜାର ଥାନା ଉତ୍ତରବାହିନୀ ରଜ ମହୋତ୍ସବ, ବନ୍ତ ଥାନା ଗଣିଜାଙ୍ଗ ବଜାର, ଅଢାଳପଙ୍କ ବଜାର ଓ ଆଗରପଡା ବଜାର ଆଗରପଡା ଥାନା ଅନ୍ତର୍ଗତ ଅଞ୍ଚଳରେ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଏହି ଅଞ୍ଚଳମାନଙ୍କରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ, କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ରୁଣ୍ଡ ହୋଇ ପାରିବେ ନାହିଁ, କେବଳ ଜଣେ ସେବାୟତ କିମ୍ବା ପୂଜକ କେବଳ ଠାକୁରଙ୍କ ନୀତିକାନ୍ତି କରି ପାରିବେ । କୌଣସି ଭକ୍ତଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ସମସ୍ତ ପ୍ରକାର ଆଧ୍ୟାତ୍ମିକ, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଭିତ୍ତିକ ଏକତ୍ରିତ ହେବାକୁ ବାରଣ କରାଯାଇଛି । ସମସ୍ତ ସ୍ଥାନରେ କୋବିଡ଼ ୧୯ ଆଇନ ବଳବତ୍ତର ରହିବା ସହ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ କରାଯିବା ବାଧ୍ୟତା ମୂଳକ ବୋଲି ଉପଜିଲା୍ଲପାଳ ତଥା ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସାମଲ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.