Home ଜିଲ୍ଲା ପରିକ୍ରମା ତ୍ୟାଗ ଓ ବଳିଦାନର ପର୍ବ ଈଦ-ଉଲ-ଯୋହା, ଭଦ୍ରକ ଜିଲାର ୧୪୬ ମସ୍‌ଜିଦ୍‌ରେ ସମୂହ ନମାଜ ପାଠ

ତ୍ୟାଗ ଓ ବଳିଦାନର ପର୍ବ ଈଦ-ଉଲ-ଯୋହା, ଭଦ୍ରକ ଜିଲାର ୧୪୬ ମସ୍‌ଜିଦ୍‌ରେ ସମୂହ ନମାଜ ପାଠ

7

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହରରେ ଇସଲାମ ଧର୍ମୀର ଲୋକେ ଆନନ୍ଦ ଓ ଉତ୍ସାହ ସହ ପାଳନ କରିଛନ୍ତି ଈଦ-ଉଲ-ଯୋହା । ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ଜାମା ମସଜିଦରେ ସକାଳ ୮ ଟା ୪୫ ମିନିଟ ଓ କୁଆଁସ କଦମ୍ବାବେଡା ସ୍ଥିତ ଈଦଗାହରେ ସକାଳ ୯ ଘଟିକା ସମୟରେ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନେ ନୂଆ ବସ୍ତ୍ର ପରିଧାନ କରି ସମୂହ ନମାଜପାଠ କରିଛନ୍ତି । ଦୁର୍ଗାପୁର, ହଳଦୀଡ଼ିହି, ବାଙ୍କାମହଲ୍ଲା, କାଜି ମହଲ୍ଲା, ଅଲାଲପୁର, ବଡ଼/ସାନ ଶଙ୍କରପୁର, ଛଡ଼ାକ ମହଲ୍ଲା, ମିର୍ଜାପୁର, ଶେଖସାହି, ମୁଲ୍ଲାସାହି, ସାହାପୁର, ଏଲଖା, ବାଇପାସ, ଚରମ୍ପା ସହ ସହରାଂଚଳରେ ୪୫ ଓ ଗ୍ରାମାଂଚଳରେ ୧୭ ମସଜିଦ ସମେତ ଜିଲ୍ଲାରେ ୧୪୬ ମସଜିଦରେ ସମୂହ ନମାଜ ପାଠ କରାଯାଇଛି । ଜାମା ମସଜିଦରେ ହାଫିଜ଼ ମହମ୍ମଦ ସାଦିକ ହୋସେନ ଓ ଇଦଗାହରେ ହାଫିଜ଼ ଅବଦୁଲ ଦୟାନ ମୁସଲମାନ ଧର୍ମୀବଲମ୍ବୀ ମାନଙ୍କୁ ନମାଜପାଠ କରାଇବା ସହ ନୀତିନିଷ୍ଟ ଜୀବନଯାପନ ପାଇଁ ପରାମର୍ଶ ଦେଇଥିଲେ ଏବଂ ଭଦ୍ରକ ଭାଇଚାରା ସହରରେ ନମାଜ ପାଠ ପରେ ଉଭୟ ମୁସଲିମ ଓ ହିନ୍ଦୁ ଭାଇ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ ଜଣାଇଥିଲେ । ଇସଲାମ ଧର୍ମର ଶେଷ ମାସରେ ଚନ୍ଦ୍ର ଦର୍ଶନର ପ୍ରମାଣ ପାଇଲା ପରେ ଚନ୍ଦ୍ରର ୧୦ ଦିନରେ ଈଦ-ଉଲ-ଯୋହା ପର୍ବ ପାଳନ ହୁଏ । ସମାଜରେ ବାସ୍ତବ ଖୁସି ଓ ସୌହାର୍ଦ୍ଦ୍ୱୟ ପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମନ୍ତେ ତ୍ୟାଗ ଓ ବଳିଦାନର ଆବଶ୍ୟକତା ରହିଛି । ପ୍ରତ୍ୟେକ ମଣିଷ ସମାଜରେ ଶାନ୍ତି ଓ ଭାତୃତ୍ୱ ଭାବ ପ୍ରତିଷ୍ଠା ପାଇଁ ଆଗଭର ହେବାକୁ ଏହି ପର୍ବ ବାର୍ତା ପ୍ରଦାନ କରିଥାଏ ବୋଲି ଭଦ୍ରକ ମୁସଲିମ ଜମାତର ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ ଏବଂ ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର(ବାବୁ) କହିଛନ୍ତି । ଇଦଗାହଠାରେ ମୁସଲିମ ଜମାତର ଉପସଭାପତି ମହମ୍ମଦ ଜକାଉଲ୍ଲା , କୋଷାଧ୍ୟକ୍ଷ ମିର୍ଜା ଏକ୍ରାମ ବେଗ , ଆଇନଯିବି ତାହେର ମହମ୍ମଦ , ଅଖତର ଅଲି ଉପସ୍ଥିତ ଥିଲେ । ଜାମା ମସଜିଦରେ ମସଜିଦର ସମ୍ପାଦକ ଶେଖ ହଫିଜୁଲ୍ଲା , ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ଶେଖ ଏନାମ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ । ଭଦ୍ରକ ଜିଲ୍ଲା ଏସପି ମନୋଜ କୁମାର ରାଉତ ଓ ଏଏସପି ଅଂଶୁମାନ ଦ୍ୱିବେଦୀଙ୍କ ତତାବଧାନରେ ପୋଲିସ ଫୋର୍ସ ମୃତୟନ ରହିଥିବା ବେଳେ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.