Home ଜିଲ୍ଲା ପରିକ୍ରମା ତ୍ରୈମାସିକ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ

ତ୍ରୈମାସିକ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ ବୈଠକ

44

ନୟାଗଡ଼, ୧୬.୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) –ଆଜି ଦିବା ୧୧ ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ତ୍ରୈମାସିକ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କହିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ବକେୟା ଋଣକୁ ସମସ୍ତ ବ୍ୟାଙ୍କ ଡିସେମ୍ବର ୨୧ତାରିଖ ସୁଦ୍ଧା ମଂଜୁର କରିବେ। କୋଭିଡ୍ ମହାମାରୀ ପାଇଁ ଦେଶର ଅର୍ଥନୀତି ଅବସ୍ଥାରେ ଘୋର ଅବନତି ଘଟିଥିବାରୁ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କର ଯେତେ ଗୁଡ଼ିଏ ଅର୍ଥନୈତିକ ପ୍ୟାକେଜ୍ ଅଛି ତାହା ଚଳିତ ମାସ ଡିସେମ୍ବର ୨୧ ସୁଦ୍ଧା ମଂଜୁର କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଏହି ବୈଠକରେ ଅଗ୍ରଣୀ ବ୍ୟାଙ୍କର ପରିଚାଳକ ଶ୍ରୀ ଚନ୍ଦ୍ରମୋହନ ମୁର୍ମୁ କହିଲେ ଯେ, ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ଅପରିହାର୍ଯ୍ୟ। ତେଣୁ ସମସ୍ତ ବ୍ୟାଙ୍କ ଅଧିକାରୀ ଏ ଦିଗରେ ତତ୍ପର ହେବା ପାଇଁ ଶ୍ରୀ ମୁର୍ମୁ ପରାମର୍ଶ ଦେଇଥିଲେ। ସେହିପରି କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ସନିଧି ଯୋଜନା ଏବଂ ଓଡ଼ିଶା ସରକାରଙ୍କର ବଳରାମ ଯୋଜନା ଉପରେ ଆଲୋକପାତ କରାଯାଇଥିଲା। ଓଡ଼ିଶା ସରକାରଙ୍କର ବଳରାମ ଯୋଜନାରେ ୧୯୨୬ଜଣ ହିତାଧିକାରୀ ଔଖଏ ଗ୍ରୁପକୁ ଅଗ୍ରାଧିକାର ଭିତିରେ ଋଣ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲେ। ଏହାକୁ ତ୍ୱରାନ୍ନିତ କରିବା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କର ଯେତେ ସବୁ ଅର୍ଥନୈତିକ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା ତାକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ କୃଷକନିଧି ଯୋଜନାରେ ୨୯୨୦୦୦ କୃଷକ ଲାଭବାନ ହୋଇଥିବାର ଜଣାଯାଇଛି।

ଏହା ପରେ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ମନୋଜ ସ୍ୱାଇଁ ଜିଲ୍ଲାରେ ବିଭିନ୍ନ ତାଲିମରେ କୃତକାର୍ଯ୍ୟ ହୋଇଥିବା ହିତାଧିକାରୀମାନଙ୍କ ସଂପର୍କରେ ଆଲୋଚନା କରିଥିଲେ। ଏହି ଅନୁଷ୍ଠାନ ଦ୍ୱାରା ଆଦିବାସୀ ବହୁଳ ଅଂଚଳର ଆଦିବାସୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଭୁବନେଶ୍ୱରରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଖଊଗ, ଜିଲ୍ଲାର ସମସ୍ତ ବ୍ୟାଙ୍କର ଅଧିକାରୀ, ଜିଲ୍ଲସ୍ତରୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ପରିଶେଷରେ ଶ୍ରୀ ଚନ୍ଦ୍ରମୋହନ ମୁର୍ମୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.