Home ଜିଲ୍ଲା ପରିକ୍ରମା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷା ଫଳ ପ୍ରକାଶିତ, ବିଜ୍ଞାନରେ ୯୯ ଶତକଡ଼ା ଓ...

ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷା ଫଳ ପ୍ରକାଶିତ, ବିଜ୍ଞାନରେ ୯୯ ଶତକଡ଼ା ଓ ବାଣିଜ୍ୟରେ ୭୧ ଶତକଡ଼ା ପାସ୍‌

22

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷର ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ବିଜ୍ଞାନରେ ୯୯ ଶତକଡ଼ା ଓ ବାଣିଜ୍ୟରେ ୭୧ ଶତକଡ଼ା ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣା ପଡ଼ିଛି । ବିଜ୍ଞାନରେ ମୋଟ ୧୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ବିଶ୍ୱଜିତ୍ ସାହୁ ସର୍ବାଧିକ ୫୧୯ ନମ୍ବର ରଖି ବିଦ୍ୟାଳୟର ଟପ୍‌ପର ହୋଇଛନ୍ତି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୪ଜଣ, ଦ୍ୱିତୀୟ ଶ୍ରେଣୀରେ ୪୭ଜଣ ଓ ତୃତୀୟ ଶ୍ରେଣୀରେ ୧୭ଜଣକୁ ମିଶାଇ ମୋଟ ୧୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଜଣାପଡ଼ିଛି । ସେହିପରି ବାଣିଜ୍ୟରେ ମୋଟ ୧୦୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ତୃଷ୍ଣାରାଣୀ ରାଉତ ୫୧୬ନମ୍ବର ରଖି କଲେଜର ଟପ୍‌୍‌ପର ହୋଇଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୨୪ଜଣ, ଦ୍ୱିତୀୟ ଶ୍ରେଣୀରେ ୧୯ଜଣ ଓ ତୃତୀୟ ଶ୍ରେଣୀରେ ୨୩ଜଣଙ୍କୁ ମିଶାଇ ମୋଟ ୭୮ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.