Home ଜିଲ୍ଲା ପରିକ୍ରମା ଭଦ୍ରକ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶିତ, ବିଜ୍ଞାନରେ ପୂର୍ଣ୍ଣିମା ବସନ୍ତିଆ ଓ ବାଣିଜ୍ୟରେ...

ଭଦ୍ରକ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶିତ, ବିଜ୍ଞାନରେ ପୂର୍ଣ୍ଣିମା ବସନ୍ତିଆ ଓ ବାଣିଜ୍ୟରେ ମିତ୍ରବାର ସିଂ କଲେଜ ଟପ୍ପର

25

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ବିଜ୍ଞାନରେ ସମୁଦାୟ ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୩୨୦ ଜଣ ପ୍ରଥମ ଶ୍ରେଣୀ, ୧୨୬ ଜଣ ଦ୍ୱିତୀୟ ଶ୍ରେଣୀ, ୨୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଜଣେ ଅନୁପସ୍ଥିତ ଥାଇ ୩୨ ଜଣ ଫେଲ୍ ହୋଇଛନ୍ତି । ବିଜ୍ଞାନରେ ପୂର୍ଣ୍ଣିମା ବସନ୍ତିଆ ୫୪୩ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଶୁଭ୍ରଜ୍ୟୋତି ପଣ୍ଡା ୫୪୧ ନମ୍ବର, ତୃତୀୟରେ ସାଇ ସ୍ୱାତିଲଗ୍ନା ନାଥ ୫୪୦ ନମ୍ବର ରଖିଛନ୍ତି । ଅନୁରୂପ ବାଣିଜ୍ୟରେ ମୋଟ ସମୁଦାୟ ୨୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୬୭ ଜଣ ପ୍ରଥମ ଶ୍ରେଣୀ, ୪୯ ଜଣ ଦ୍ୱିତୀୟ ଶ୍ରେଣୀ, ୨୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦୁଇଜଣ ଅନୁପସ୍ଥିତ ଥାଇ ୯ ଜଣ ଫେଲ୍ ହୋଇଛନ୍ତି । ବାଣିଜ୍ୟରେ ମିତ୍ରବାର ସିଂ ୫୪୩ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଭକ୍ତିବିନୋଦ ନାୟକ ୫୩୬ ଓ ଅଶୋକ କୁମାର ମହାନ୍ତି ୫୩୫ ନଂ ରଖି ତୃତୀୟରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.