Home ଜିଲ୍ଲା ପରିକ୍ରମା ସାମ୍ବାଦିକ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ସାମ୍ବାଦିକ

ସାମ୍ବାଦିକ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ସାମ୍ବାଦିକ

14

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ପୁଲିସ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଇତି ମଧ୍ୟରେ ଆକ୍ରମଣକୁ ୭ ଦିନ ବିତିଯାଇଛି । ଶ୍ରୀ ମହାପାତ୍ରଙ୍କ ଆକ୍ରମଣ ଅଭିଯୋଗ ଆଧାରରେ ପୁଲିସ ୧୫୭/୨୩ନଂ ଦୁର୍ବଳ ମାମଲା ଋଜୁ କରିଛି । ଅନ୍ୟପକ୍ଷରେ ଆକ୍ରମଣକାରୀଙ୍କ ଅଭିଯୋଗ ଆଧାରରେ ୧୫୮/୨୩ନଂ ଅଧିକ ସବଳ ମାମଲା ଋଜୁ କରିଛି ବୋଲି ପୁଲିସ ଅଧିକ୍ଷକ ବରୁଣ ଗୁଣ୍ଟପାଲ୍ଲୀଙ୍କୁ ସାମ୍ବାଦିକମାନେ ଅବଗତ କରାଇଛନ୍ତି । ଏଥିନେଇ ଉପଯୁକ୍ତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଉତ୍ତରବାଡ ଗ୍ରାମରେ ଖୋଳାଯାଉଥିବା ଅମୃତ ସରୋବର ପୋଖରୀର ଫଟୋ ଉତ୍ତୋଳନ କରି ଭଣ୍ଡାରିପୋଖରୀ ବଜାରକୁ ଆସିଥିବା ବେଳେ ଶ୍ରୀ ମହାପାତ୍ରଙ୍କୁ ଅଭିଯୁକ୍ତ ଦୁର୍ଯ୍ୟୋଧନ ଜେନା ସର୍ବସମ୍ମୁଖରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଥାନାଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇ ନୀରବତା ଅବଲମ୍ବନ କରିବାରୁ ଏସ.ପି.ଙ୍କ ନିକଟରେ ସାମ୍ବାଦିକମାନେ ଫେରାଦ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.