Home ଜିଲ୍ଲା ପରିକ୍ରମା କାନ୍ତକବି ଆଜି ସ୍ୱର୍ଗରେ ଥାଇ ଆନନ୍ଦିତ

କାନ୍ତକବି ଆଜି ସ୍ୱର୍ଗରେ ଥାଇ ଆନନ୍ଦିତ

85

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ କେବଳ ଓଡ଼ିଆ ଭାଷା ସାହିତ୍ୟ ପରାକାଷ୍ଠା ନୁହେଁ । ଉତ୍କଳ ଭୂମିର ଏକ ନିଖୁଣ ଚିତ୍ର ଚରିତ୍ର ବର୍ଣ୍ଣନାରେ ଅନବଦ୍ୟ ଓ ଅବିସ୍ମରଣୀୟ କୃତି । ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ଦେବାକୁ ବହୁ ଦିନରୁ ଦାବୀ ହୋଇ ଆସୁଥିଲା । ୨୦୧୫ ମସିହାରେ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେ ଗ୍ରହଣ କରିବାକୁ ରାଜ୍ୟର ତତ୍କାଳୀନ ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟତାରେ ଏକ କମିଟି ଗଠନ ହୋଇଥିଲା । ଏହି କମିଟି ତା’ର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ନଥିଲା । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ କ୍ୟାବିନେଟ ଏହାକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିବାରୁ କେବଳ ଭଦ୍ରକ ନୁହେଁ, ସମଗ୍ର ରାଜ୍ୟବାସୀ ଆଜି କାନ୍ତକବିଙ୍କ ନାମକୁ ଉଜ୍ୱଳ କରିଛନ୍ତି । କାନ୍ତକବି ସ୍ୱର୍ଗରେ ଥାଇ ଆଜି ନିଶ୍ଚିତ ଆନନ୍ଦିତ ହେଉଥିବେ । ଏଥିଲାଗି ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମା, ମୁଖ୍ୟ ଆବାହକ ସେବକଶ୍ରୀ ଶରତ କୁମାର ସାହୁ ପ୍ରମୁଖଙ୍କ ସହିତ ସମିତିର ସଦସ୍ୟ ସଦସ୍ୟାବୃନ୍ଦ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.