Home ଜିଲ୍ଲା ପରିକ୍ରମା ତଳଗୋପବିନ୍ଧା ପଞ୍ଚାୟତବାସୀଙ୍କ ମୌଳିକ ସୁବିଧା ପ୍ରସଙ୍ଗ, ଜାତୀୟ ମାନବାଧିକାର ଆୟୋଗଙ୍କ କଡ଼ା ତାଗିଦ୍‌

ତଳଗୋପବିନ୍ଧା ପଞ୍ଚାୟତବାସୀଙ୍କ ମୌଳିକ ସୁବିଧା ପ୍ରସଙ୍ଗ, ଜାତୀୟ ମାନବାଧିକାର ଆୟୋଗଙ୍କ କଡ଼ା ତାଗିଦ୍‌

24

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏକ ନୂତନ ପଞ୍ଚାୟତର ମାନ୍ୟତା ପାଇଥିଲେ ମଧ୍ୟ ତଳଗୋପବିନ୍ଧା ଗ୍ରାମ ପଞ୍ଚାୟତବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ସରକାର ଏ ପର୍ଯ୍ୟନ୍ତ ସକ୍ଷମ ହୋଇ ପାରିନାହାନ୍ତି । ଏ ସମ୍ପର୍କରେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସବୁ ସମସ୍ୟାର ସ୍ଥାୟୀ ପ୍ରତିକାର କରିବାରେ ପ୍ରଶାସନିକ ଉଦାସୀନତା ଏବଂ ସରକାରଙ୍କ କାଳକ୍ଷେପଣ ନୀତି ଲାଗି ରହିଛି । ଉକ୍ତ ପଞ୍ଚାୟତର ଅଧିବାସୀ ମାନବାଧିକାର କର୍ମୀ ତଥା ସୁପ୍ରିମ୍ କୋର୍ଟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଆଗତ ପଟିସିନକୁ ମାନ୍ୟବର ଆୟୋଗ ବିଚାର କରି ନିର୍ଦ୍ଦେଶନାମା ଜାରି କରି ଚାଲିଛନ୍ତି । ୨୦୧୧ ମସିହା ପରଠାରୁ ତାଙ୍କ ଦ୍ୱାରା ଆଗତ ରିଟ୍ ପିଟିସନ୍‌ରେ ମାନ୍ୟବର ଆୟୋଗଙ୍କ ଦ୍ୱାରା ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଛି ତାହା ଆଧାରରେ ଜିଲ୍ଳା ପ୍ରଶାସନ କିଛିକିଛି ପଦକ୍ଷେପ ନେଇଛନ୍ତି । ଗତ ୨୦୧୮ ମସିହାରେ ତାଙ୍କ ଦ୍ୱାରା ଆଗତ ହୋଇଥିବା କେଶ୍ ନଂ-୧୧୯୪/୧୮/୧୮/୨୦୧୮ର ନିର୍ଦ୍ଦେଶ ଆଧାରରେ ବିପଦ ଶଂକୁଳ ଧୋବାଗଣ୍ଡର ମରାମତି କାର୍ଯ୍ୟ ଅଧାରୁ ଅଧିକ କରାଯାଇଥିବା ବେଳେ ନରସିଂହପୁର ମାତଗଜପୁର ରାସ୍ତାରେ ନାଲି ମାଟି କେବଳ ପକାଯାଇ ସେମିତି ଛାଡ଼ି ଦିଆଯାଇଛି । ରାଜୁଆଳି ପ୍ରାଥମିକ ବିଦ୍ୟାଳୟଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ପକ୍କା ରାସ୍ତା କରାଯାଇଛଇ । ନାଳିଆ ଛକ ମଳିକ ସାହି ପର୍ଯ୍ୟନ୍ତ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଫୁଲପଦା ପ୍ରାଥମିକ ବିଦ୍ୟାଳୟକୁ ଐଶାନ୍ୟଚଣ୍ଡୀ ପ୍ରାଥମିକ ବିଦ୍ୟାଳୟ ସହିତ ସମ୍ମିଶ୍ରଣକୁ ସାମୟିକ ଭାବେ ରୋକାଯାଇଛି ।

ତା’ଛଡା ତାଙ୍କ ଦ୍ୱାରା ଆଗତ ଅନ୍ୟାନ୍ୟ ଅଭିଯୋଗ ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଚାଲୁଥିବା କଥା ଭଦ୍ରକ ଜିଲ୍ଲାପାଳ ମାନ୍ୟବର ଆୟୋଗ ନିକଟରେ ଉପସ୍ଥାପନ କରିଥିଲେ । ଉକ୍ତ ରିପୋର୍ଟକୁ ବିଶ୍ୱାସ କରି ମାନ୍ୟବର ଆୟୋଗ ମାମଲାଟିକୁ ବନ୍ଦ କରିଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆଶାନୁରୂପ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଅଭାବରେ ତ୍ରିପାଠୀ ପୁନର୍ବାର ମାନ୍ୟବର ଆୟୋଗକୁ ଦ୍ୱାରା କେଶ୍ ନଂ- ୪୪୧୩/୧୮/୧୮/୨୦୨୨ ଦାୟର କରାଇ ଜିଲ୍ଳାପାଳଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ସଠିକ୍ ସମୟରେ ଉପଯୁକ୍ତ ଉତ୍ତର ଦେବାରେ ପ୍ରଶାସନ ବିଫଳ ହେବାରୁ ମାନ୍ୟବର ଆୟୋଗ ଜିଲ୍ଳା ପ୍ରଶାସନକୁ କଡ଼ା ତାଗିଦ୍ କରିଥିଲେ । ଇତିମଧ୍ୟରେ ଧୋବାଗଣ୍ଡର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହିତ ତଳଗୋପବିନ୍ଧା ପଞ୍ଚାୟତକୁ ଗାଁ ଗାଡ଼ି ଚଳାଇବାର ଯୋଜନା ମଧ୍ୟ ହୋଇଛି । ମାତ୍ର ଦୀର୍ଘ ଦିନର ପ୍ରଚେଷ୍ଟା ସତ୍ତ୍ୱେ ‘ମା’ ‘ଐଶାନ୍ୟଚଣ୍ଡୀ’ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଏ ପର୍ଯ୍ୟନ୍ତ ହୋଇନାହିଁ । ମାତଗଜପୁର ତିଆଡିସାହି ଠାରେ ନୂତନ ପୋଳ ନିର୍ମାଣ, କୂଳବନ୍ଧର ସୁଦୃଢୀକରଣ, ମାଟି ରାସ୍ତାର କଂକ୍ରିଟ କରଣ, ଫୁଲପଦା ବିଦ୍ୟାଳୟର ସ୍ଥାୟୀ ପ୍ରତିକାର, ଏ.ଏନ୍‌.ଏମ୍‌. ସେଣ୍ଟର ପ୍ରତିଷ୍ଠା, ରାଜୁଆଳିବିନ୍ଧା ସ୍ଲୁଇସ୍ ଗେଟ୍ ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତାର ସୁଦୃଢୀକରଣ ସହିତ ପକ୍କା କରିବା ଆଦି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ଏ ପର୍ଯ୍ୟନ୍ତ ପ୍ରଶାସନ ସଫଳ ହୋଇନାହିଁ । ପୂର୍ବତନ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସମୟରେ ବାରିକ୍‌ପୁର ନିକଟସ୍ଥ ଏକ ଅଞ୍ଚଳକୁ ଶିଶୁ ଉଦ୍ୟାନ ପାଇଁ ଚିହ୍ନଟ ହୋଇଥିଲେ ମଧ୍ୟ ତାହା ତାହା ଏ ପର୍ଯ୍ୟନ୍ତ ବାସ୍ତବ ରୂପରେଖ ନେଇ ପାରିନାହିଁ । ଏବେ ପ୍ରଶ୍ନ ଉଠୁଛି ତଳଗୋପବିନ୍ଧାବାସୀଙ୍କୁ ସୁବଦିନ ତଳେ ରଖିବା ପାଇଁ ସରକାରୀ ନିଷ୍କ୍ରିୟତା ଦାୟୀ ନୁହେଁ କି !

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.