Home ଜିଲ୍ଲା ପରିକ୍ରମା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ଜିଲ୍ଲାର ସମସ୍ତ ୧୦୪ ଟି ଆଶ୍ରୟ ସ୍ଥଳୀରେ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ

ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି, ଜିଲ୍ଲାର ସମସ୍ତ ୧୦୪ ଟି ଆଶ୍ରୟ ସ୍ଥଳୀରେ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ

21

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୂର୍ବ ବର୍ଷପରି ଚଳିତ ବର୍ଷ ପାଇଁ ମଧ୍ୟ ଜୁନ୍ ୧୯ ତାରିଖ ଦିନ ଜିଲ୍ଲାର ସମସ୍ତ ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ମୁକାବିଲା କୌଶଳ ଓ ସତର୍କତା ପ୍ରଶିକ୍ଷଣ ଓ ସଚେତନତା ନେଇ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତି ବ୍ଲକ୍ ଏବଂ ପୌରାଞ୍ଚଳ ନିମନ୍ତେ ନୋଡ଼ାଲ ଅଧିକାରୀ ଭାବେ ଜିଲ୍ଲାସ୍ତରୀୟ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସୂଚନାଯୋଗ୍ୟ କି ଭଦ୍ରକ ଜିଲ୍ଲାରେ ଥିବା ଓସଡ଼ମାର ୮୪ଟି ଓ ରେଡ଼କ୍ରସ୍‌ର ୨୦ଟି ସମୁଦାୟ ୧୦୪ଟି ଆଶ୍ରୟସ୍ଥଳୀରେ ଏହି ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଥିମଧ୍ୟରେ ବାସୁଦେବପୁର ବ୍ଲକ୍‌ରେ ୪୮ଟି, ଚାନ୍ଦବାଲି ବ୍ଲକ୍‌ରେ ୩୮ ଟି, ଧାମନଗର ବ୍ଲକ୍‌ରେ ୫ଟି, ତିହିଡ଼ି ବ୍ଲକ୍‌ରେ ୬ଟି, ବନ୍ତ ବ୍ଲକ୍ ରେ ୧ଟି ଓ ଭଣ୍ଡାରିପୋଖରୀ ବ୍ଲକ୍‌ରେ ୩ଟି, ଭଦ୍ରକ ବ୍ଲକ୍‌ରେ ୨ଟି, ବାସୁଦେବପୁର ମ୍ୟୁନିସିପାଲିଟିରେ ୧ଟି ଆଶ୍ରୟ ସ୍ଥଳୀ ରହିଛି । ସଂପୃକ୍ତ ବ୍ଲକ୍‌ର ବି.ଡ଼ି.ଓ. ଓ ପୌରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଆଶ୍ରୟସ୍ଥଳୀ ସ୍ତରୀୟ ମକଡ଼୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ, ସ୍ଥାନୀୟ ଜନପ୍ରତିନିଧି, ଆପଦ ମିତ୍ର ଆଶ୍ରୟସ୍ଥଳୀ ସ୍ତରୀୟ ଭଲ୍ୟୁଣ୍ଟିଅର୍‌, ଅଗ୍ନିଶମ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି କର୍ମୀ ,ଏନ.ଜି.ଓ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ବାସୁଦେବପୁର ମ୍ୟୁନିସିପାଲିଟିର ରାଧାକାନ୍ତପୁର ଆଶ୍ରୟସ୍ଥଳରେ ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଉପାଧ୍ୟକ୍ଷ, କାଉନ୍‌ସିଲର, ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏନ୍‌.ଡ଼ି.ଆର.ଏଫ୍‌. ଟିମ୍ ଦ୍ୱାରା ସାମୂହିକ ଅଭ୍ୟାସ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟସ୍ତରରୁ ଆସିଥିବା ଡମି ମେସେଜ୍ ଅନୁଯାୟୀ ବାତ୍ୟା ଜନିତ ବିପର୍ଯ୍ୟୟ ମୁକାବିଲା ନେଇ ସ୍ଥାନାନ୍ତର ଠାରୁ ଉଦ୍ଧାର କାର୍ଯ୍ୟ ପର୍ଯ୍ୟନ୍ତ ବିଭିନ୍ନ କୌଶଳ ପ୍ରଦର୍ଶନ ସହ ଆଶ୍ରୟସ୍ଥଳୀରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଥିଲା । ରାଜ୍ୟସ୍ତରରୁ ଭଦ୍ରକ ଜିଲ୍ଲାପାଇଁ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ଓସ୍‌ଡ଼ମାର ଡେପୁଟୀ ମ୍ୟାନେଜର ସୁନୀଲ କୁମାର ସାହୁ ତିହିଡ଼ି ବ୍ଲକ୍‌ର ଶ୍ୟାମସୁନ୍ଦରପୁର ଆଶ୍ରୟସ୍ଥଳୀରେ ସାମୂହିକ ଅଭ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବି.ଡ଼ି.ଓ. ଜ୍ୟୋତିର୍ମୟ କରଙ୍କ ସହ ଅଗ୍ନିଶମ ଅଧିକାରୀ ଓ ଅନ୍ୟମାନେ ଏଥିରେ ସାମିଲ ଥିଲେ । ସେହିପରି ବନ୍ତ ବ୍ଲକ୍‌ର ଚାରି ଗାଁ ଆଶ୍ରୟ ସ୍ଥଳୀରେ ବି.ଡ଼ି.ଓ. ପି.କେ. ସେଠୀ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଆଗରପଡ଼ା ଅଗ୍ନିଶମ ଅଧିକାରୀ ସଂଜୀବ କୁମାର ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏନ୍‌.ଜି.ଓ. ସି.ଏଫ୍‌. ଡ଼ବ୍ଲ୍ୟୁ.ଏସ୍‌.ଡ଼ି. ଆଦିର ସଦସ୍ୟ, ସ୍ଥାନୀୟ ଲୋକ ଏଥିରେ ସାମିଲ ଥିଲେ । ସେହିପରି ଚାନ୍ଦବାଲି ବ୍ଲକ୍‌ର ଧାମରା ଅଞ୍ଚଳରେ ଥିବା ଆଶ୍ରୟସ୍ଥଳୀ ମାନଙ୍କରେ ନୋଡ଼ାଲ ଅଧିକାରୀ ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମକଡ଼୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଧାମନଗର ବ୍ଲକ୍ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଭଦ୍ରକ ବ୍ଲକ୍ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଭଣ୍ଡାରିପୋଖରୀ ବ୍ଲକ୍ ପାଇଁ ସି.ଡ଼ି.ଓ. ପ୍ରତାପ ପ୍ରିତୀମୟ, ତିହିଡ଼ି ବ୍ଲକ୍ ପାଇଁ ଉପଜିଲ୍ଲାପାଳ ମନୋଜ ପାତ୍ର, ବାସୁଦେବପୁର ବ୍ଲକ ପାଇଁ ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଚାନ୍ଦବାଲି ବ୍ଲକ୍ ପାଇଁ ଡ଼ି.ସି.ପି.ଓ. ଚାନ୍ଦବାଲି , ଏନ୍‌.ଏ.ସି. ପାଇଁ ଡି.ଏସ୍‌.ଏସ୍‌.ଓ, ଧାମନଗର ଏନ୍‌.ଏ.ସି. ପାଇଁ ଡ଼ି.ପି.ଓ., ଭଦ୍ରକ ମ୍ୟୁନିସିପାଲିଟି ପାଇଁ ଡ଼ି.ଏସ୍‌.ଡ଼ବ୍ଲ୍ୟୁ ଓ ବନ୍ତ ପାଇଁ ଡ଼ି.ଇ.ଓ. ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ମକ୍‌ଡ଼୍ରିଲ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ନେଇ ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.