Home କେନ୍ଦ୍ରାପଡ଼ା ଢୋଲ ପଞ୍ଚାୟତର ଲଗାଣବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପାଇଁ ଦାବି

ଢୋଲ ପଞ୍ଚାୟତର ଲଗାଣବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପାଇଁ ଦାବି

84

କେନ୍ଦ୍ରାପଡ଼ା ୨୫ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଗତ ଲଗାଣ ବର୍ଷାରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଞ୍ଚାୟତର ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୨୦୨୦ମସିହାରେ ହୋଇଥିବା ଲଗାଣବର୍ଷାରେ ଢୋଲ ପଞ୍ଚାୟତର ଖରିଫ ଧାନ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। କୁତରଙ୍ଗ ସମବାୟ ସମିତିରୁ ଋଣ କରି ଚାଷ କରିଥିବା ଏହି ଚାଷୀମାନେ କ୍ଷତିପୁରଣ ପାଇପାରିନାହାନ୍ତି। ସମିତିର ସମ୍ପାଦକ ଅବସର ନେଇଥିବାରୁ ସେ ସଂପୃକ୍ତ କାର୍ଯ୍ୟାଳୟରେ ଚାଷୀମାନଙ୍କ ବୀମା ସମ୍ପର୍କିତ କାଗଜପତ୍ର ଦାଖଲ କରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ଶହ ଶହ ଚାଷୀମାନେ କ୍ଷତିପୁରଣ ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ଦେଖାଦେଇଛି। ତେଣୁ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଚାଷୀମାନଙ୍କ ପକ୍ଷରୁ କୈଳାସ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ସାହୁ, ଦୈତାରୀ ସାହୁ, ଉମାକାନ୍ତ ସାହୁ, ଗିରିଧାରି ସାହୁ, ତ୍ରିଲୋଚନ ସାହୁ, ରତ୍ନାକର ସାହୁ ପ୍ରମୁଖ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.