Home କେନ୍ଦ୍ରାପଡ଼ା କୋରୁଆ ବିଦ୍ୟୁତ ସେକସନ ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କୋରୁଆ ବିଦ୍ୟୁତ ସେକସନ ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

21

କେନ୍ଦ୍ରାପଡ଼ା ୨୫ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଟିପିସିଓଡିଏଲ ସେକସନର କନିଷ୍ଠ ଯନ୍ତ୍ରୀ(ବିଦ୍ୟୁତ) ଅଶ୍ୱିନୀ କୁମାର ସାହୁଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଯନ୍ତ୍ରୀ ଶ୍ରୀ ସାହୁ ସେହି ଅଞ୍ଚଳର ଅନେକ ଲୋକଙ୍କ ଠାରୁ ଟିପିସିଓଡିଏଲ ଏବଂ ଅନ୍ୟ ସରକାରୀ ସଂସ୍ଥାରେ ଚାକିରୀ କରାଇ ଦେବାକୁ ମିଥ୍ୟା ପ୍ରତିଶୃତି ଦେଇ ବହୁ ଟଙ୍କା ଚଞ୍ଚକତାପୂର୍ଣ୍ଣ ଭାବେ ଭଣ୍ଡାଇ ନେଇଯାଇଛନ୍ତି। ଏହାବ୍ୟତିତ ବହୁ ଲୋକଙ୍କ ଠାରୁ ଲାଞ୍ଚ ନେଇ ସେମାନଙ୍କୁ ସେ ବେଆଇନ ବିଦ୍ୟୁତ କନେକସନ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଶ୍ରୀ ସାହୁଙ୍କ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଅଭିଯୋଗ ଲୋକମାନେ ପୂର୍ବରୁ କରିଛନ୍ତି। ଏମିତିକି ପାଟକୁରା ଥାନାରେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ପଞ୍ଜିକୃତ ହୋଇଛି। ତେଣୁ ତାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାନ୍ତ କୁମାର ଜେନା ଓ ସୈାଭାଗ୍ୟ ସୁନ୍ଦର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.