Home ଅପରାଧ ଡିଏଭି ସ୍କୁଲର ପୂର୍ବତନ ଅଧ୍ୟକ୍ଷଙ୍କ ସନ୍ଦେହ ଜନକ ମୃତ୍ୟୁ

ଡିଏଭି ସ୍କୁଲର ପୂର୍ବତନ ଅଧ୍ୟକ୍ଷଙ୍କ ସନ୍ଦେହ ଜନକ ମୃତ୍ୟୁ

103

ନୟାଗଡ଼, ୧୧ା୯(ଓଡିଆ ଦୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଡିଏଭି ସ୍କୁଲର ପୂର୍ବତନ ଅଧ୍ୟକ୍ଷ ଅଭୟ କୁମାର ପ୍ରଧାନ(୫୦)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଥିଲାବେଳେ ବିଭିନ୍ନ ମହଲରେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଦେଖା ଦେଇଛି। ଅଭୟ ଡିଏଭି ସ୍କୁଲ ପରିସରରେ ଥିବା ତାଙ୍କ ପ୍ରକୋଷ୍ଠରେ ରହୁଥିଲେ। କୌଣସି ସୂତ୍ରରୁ ଖବରପାଇ ସ୍କୁଲ କର୍ତ୍ତୃପକ୍ଷ ଅଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ସଂଗେ ସଂଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏନେଇ ପୋଲିସରେ ଖବର ଦିଆଯାଇଥିଲା। ହେଲେ ପୋଲିସ ଆସିଲା ବେଳକୁ ଅଭୟଙ୍କ ପରିବାର ଲୋକେ ଅଭୟଙ୍କୁ ଡାକ୍ତରଖାନାରୁ ଘରକୁ ନେଇ ଯାଇଥିଲେ। ହେଲେ ପୋଲିସ ତାଙ୍କ ଘରକୁ ଯାଇଥିଲେ ମଧ୍ୟ ଶବ ଆଣିପାରିନଥିଲେ। ତେବେ ଅଭୟଙ୍କର ବେକରେ କଟା ଦାଗ ସହିତ ଆଉ କିଛି କିଛି ଲକ୍ଷଣ ଦେଖା ଯାଉଥିବାନେଇ ତାଙ୍କ ମୃତ୍ୟୁ ଅସ୍ୱାଭାବିକ ଥିବା ନେଇ ଆଲୋଚନା ହେଉଥିଲା। ତେବେ କିପରି ଓ କାହିଁକି ଅଭୟଙ୍କର ମୃତ୍ୟୁ ଘଟିଲା ତାହା ସନ୍ଦେହ କରାଯାଉଥିବାଳେ ଅଭୟଙ୍କର ଏପରି ଅସ୍ୱାଭାବିକ ମୃତ୍ୟୁକୁ ନେଇ ସହଜେ ଅନେକ ଗ୍ରହଣ କରାଯାଇପାରୁନାହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.