Home କନ୍ଧମାଳ ବାଲିଗୁଡ଼ା ଉପ-ଜିଲ୍ଲାପାଳ ପଦବୀ ଖାଲି; ବିକାଶ ଓ ପ୍ରାଶାସନିକ ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ

ବାଲିଗୁଡ଼ା ଉପ-ଜିଲ୍ଲାପାଳ ପଦବୀ ଖାଲି; ବିକାଶ ଓ ପ୍ରାଶାସନିକ ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ

99

ବାଲିଗୁଡ଼ା୧୧ା୯(ଓଡିଆ ପୁଅ/)ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଗଣିତ ହେଉଥିବା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ଆଜକୁ ଦୁଇ ମାସରୁ ଉର୍ଦ୍ଧ୍ୱ ଦିନ ହେଲା ଉପ-ଜିଲ୍ଲାପାଳ ପଦବୀ ଖାଲି ପଡ଼ିଛି। ପଛୁଆ ଓ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିକାଶ କରିବା ନିମନ୍ତେ ରାଜ୍ୟ ସରକାର ନୂଆ ନୂଆ ଯୋଜନା ପ୍ରଣୟନ କରୁଛନ୍ତି, ସେଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ପଦବୀ ପୁରଣ କରିବା ନିହାତି ଆବଶ୍ୟକ। ଏପରି ସ୍ଥଳେ କନ୍ଧମାଳ ଜିଲ୍ଲା ପଛୁଆ ଜିଲ୍ଲାର ବାଲିଗୁନା ଉପଖଣ୍ଡରେ ଆଜକୁ ଦିର୍ଘ ଦୁଇମାସରୁ ଉର୍ଦ୍ଧ ଦିନ ହେଲା ଉପ-ଜିଲ୍ଲାପାଳ ପଦବୀ ଖାଲି ପଡ଼ି ରହିଛି। ଯାହାକି, ଆଇ.ଟି.ଡି.ଏ. ପ୍ରକଳ୍ପ ପ୍ରଶାସକ ରଜେନ୍ଦ୍ର କୁମାର ରଣଜିତକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବାଲିଗୁଡ଼ା ଭଳି ୯ ଗୋଟି ବ୍ଲକକୁ ନେଇ ଏହି ଉପଖଣ୍ଡ ଗଠିତ ହୋଇ ଥିଲେ ମଧ୍ୟ ରାଜ୍ୟ ସରକାର ଅଦ୍ୟାବଧି ସୁଦ୍ଧା ନୂତନ ଉପ-ଜିଲ୍ଲାପାଳ ନିଯୁକ୍ତି କରି ନଥିବାରୁ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ଦିନ ଧରି ଏଠାରେ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି। ହେଲେ ଦୁଇମାସ ପୂର୍ବରୁ ଥିବା ଉପ-ଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବଙ୍କୁ ଏଠାରୁ ବଦଳୀ କରି ବ୍ରହ୍ମପୁର ଉପ-ଜିଲ୍ଲପାଳ ଭାବେ ନିଯୁକ୍ତ କରାଗଲା, କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ନିମନ୍ତେ ଉପ-ଜିଲ୍ଲାପାଳ ନିଯୁକ୍ତି ନକରି ତରବରିଆ ଭାବେ କାହିଁକି ବଦଳି କରାଗଲା ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଠୁଛି। ସମଗ୍ର ଉପଖଣ୍ଡରେ ବିକାଶ ଓ ପ୍ରଶାସନକି ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାରେ ଲାଗିଛି। ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଏକ ଦକ୍ଷ ଉପ-ଜିଲ୍ଲାପାଳଙ୍କୁ ନିଯୁକ୍ତି କରିବା ପାଇଁ ପ୍ରବଳ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.