Home ଓଡ଼ିଶା ଡାହାଣୀ ସନ୍ଦେହରେ ମା ଓ ୫ ବର୍ଷର ଝିଅକୁ ହତ୍ୟା ଘଟଣା: ୬ ଗିରଫ

ଡାହାଣୀ ସନ୍ଦେହରେ ମା ଓ ୫ ବର୍ଷର ଝିଅକୁ ହତ୍ୟା ଘଟଣା: ୬ ଗିରଫ

126

ସୁନ୍ଦରଗଡ଼,୧୫/୦୯,(ଓଡ଼ିଆ ପୁଅ ପି ନାଏକ):ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଧିପୋଷ ଥାନାର ରାବଣ ଝୋଲା ଗ୍ରାମରେ ଡାହାଣୀ ସନ୍ଦେହରେ ମା ଝିଅଙ୍କୁ ଗାଁରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିବା ପରେ ନଦୀରେ ଫୋପାଡିବା  ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ  ଆଉ ଜଣେ ଫେରାର ଥିବା ପୋଲିସ କହିଛି  । ଗିରଫ ଅଭିଯୁକ୍ତମାନେ ହେଲେ ସୁନୀଲ ଏକ୍କା, ଅନିଲ ଏକ୍କା, ଏଚୁଆ ଏକ୍କା, ଭଦ୍ର କେରକେଟା, ଚମ୍ପା କେରକେଟା, ମାଙ୍ଗେ ଟୋପ୍ନ ।

ଉଲ୍ଲେଖଯୋଗ୍ୟ ଯେ, ରାବଣା ଝୋଲା ଗ୍ରାମରେ ଗାଙ୍ଗୀ କେରକେଟାକୁ ଗ୍ରାମବାସୀ ଡାହାଣୀ ସନ୍ଦେହ କରି ଆସୁଥିଲେ । ଗତ ୯ ତାରିଖ ରାତିରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗାଙ୍ଗୀକୁ ଘରୁ ଉଠାଇ ଆଣି ଗାଁ ମଝିରେ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମା ଓ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରି ନଦୀରେ ପକାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.