Home ଜିଲ୍ଲା ପରିକ୍ରମା ଡାକ୍ତର ଓ ଡ୍ରାଇଭରଙ୍କୁ କରୋନା : ଭଦ୍ରକ ଡାକ୍ତରଖାନାରେ ଓପିଡି ବନ୍ଦ

ଡାକ୍ତର ଓ ଡ୍ରାଇଭରଙ୍କୁ କରୋନା : ଭଦ୍ରକ ଡାକ୍ତରଖାନାରେ ଓପିଡି ବନ୍ଦ

85

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ବିର୍ହଃ ବିଭାଗ ୪୮ ଘଣ୍ଟା (ଗତକାଲି ରାତି ୮ ଟାରୁ ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ) ପାଇଁ ବନ୍ଦ କରାଯାଇଛି । ଡାକ୍ତରଖାନାର ଜଣେ ଡାକ୍ତର ଓ ତାଙ୍କ ଡ୍ରାଇଭର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି । ମୁଖ୍ୟ ଚିକିତ୍ସାଳୟର ବର୍ହିଃ ବିଭାଗ (ଓପିଡି) ଆଜି ଓ କାଲି ବନ୍ଦ ହେବା ନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । ଓପିଡି ବନ୍ଦ ରହିଲେ ବି ଜରୁରୀ କାଳୀନ ସେବା ଆଶୁ ଓ ସର୍ଜରୀ ବିଭାଗରେ ଚାଲୁ ରହିବ ବୋଲି ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୭ ରେ ପହଞ୍ôଚଛି । ଏଥିମଧ୍ୟରୁ ୬୪୫ ସୁସ୍ଥ ହୋଇସାରିଥିବାବେଳେ ୨୦୮ ଜଣ ବିଭିନ୍ନ କୋଭିଡ୍ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନା ଯୋଗୁଁ ଜିଲାରେ ୪ ଜଣ ଆଖି ବୁଜିସାରିଲେଣି । ପ୍ରଶାସନ ପକ୍ଷରୁ ଓପିଡିକୁ ସଂପୂର୍ଣ୍ଣ ଭାବେ ବିଶୋଧନ କରାଯିବା ପରେ ପୂର୍ବପରି ରୋଗୀମାନଙ୍କୁ ସେବା ପ୍ରଦାନ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.