Home ଓଡ଼ିଶା ଡାକ୍ତରଙ୍କ କାନ୍ଧରେ ରୋଗୀ

ଡାକ୍ତରଙ୍କ କାନ୍ଧରେ ରୋଗୀ

191

ମାଲକାନଗିରି,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ରୋଗୀଙ୍କ ପାଇଁ ଭଗବାନ ସ୍ବରୂପ ଦେବଦୂତ ସାଜିଲେ ଡାକ୍ତର। ଆଉ ଭଗବାନ ହୋଇ ରୋଗୀକୁ ଭାରରେ ବୋହିଲେ ଡାକ୍ତର। ଏହି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଖଇରପୁଟ ବ୍ଲକ ନୂଆଗୁଡ଼ା ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ସେହି ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଆସି ପାରିନଥିଲା। ଫଳରେ ଡାକ୍ତର ଶକ୍ତିପ୍ରସାଦ ମିଶ୍ର ନିଜେ ରୋଗୀ ପାଖରେ ପହଞ୍ଚି ସେଠାରୁ ଡ୍ରାଇଭରଙ୍କ ସହ ମିଶି ଭାରରେ ୫ କିଲୋମିଟର ବୋହି ନେଇ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚାଇଥିଲେ। ଏହାପରେ ରୋଗୀଙ୍କୁ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.