Home ଓଡ଼ିଶା ବିଶ୍ଵକର୍ମାଙ୍କ ପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ

ବିଶ୍ଵକର୍ମାଙ୍କ ପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ

247

ଭୁବନେଶ୍ଵର,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଉତ୍ସବମୁଖର ହୋଇଉଠିଛି ଗାଁ କୁ ସହର । ଆଜି ହେଉଛି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା ।  ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜ୍ୟର ଶିଳ୍ପ ନଗରୀରେ ବିଶ୍ୱକର୍ମାଙ୍କ ପୂଜା ବଡ ଧୁମଧାମରେ ପାଳନ କରାଯାଉଛି । ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି ।  ଏହାଛଡା ବିଭିନ୍ନ ଜାଗାରେ ସୁଉଚ୍ଚ ତୋରଣ ମାନ ଦେଖିବାକୁ ମିଳିଛି । ବିଶ୍ୱକର୍ମା ପୂଜାପାଇଁ ପାରାଦୀପ ସହର ଉତ୍ସବ ମୁଖର ହୋଇଉଠିଛି । ଝିଲିମିଲି ଆଲୋକମାଳାରେ ପାରାଦୀପ ଝଲସି ଉଠୁଛି । ବାଦ୍ୟର ତାଳେତାଲେ ପୁରପଲ୍ଲୀ କମ୍ପୁଛି । ପାରାଦୀପରେ ଏହି ପୂଜା ୭ଦିନ ଧରି ଉନୁଷ୍ଠିତ ହେବ । ସେହିପରି ଅନୁଗୁଳର ନାଲକୋ ନଗରରେ ବିଶ୍ୱକର୍ମା ପୂଜା ବଡ ଆଡମ୍ବରରେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.