Home ଜିଲ୍ଲା ପରିକ୍ରମା ଟି.ଏମ.ସି. ବିଲ ପୈଠ ଦାବିରେ ସରପଞ୍ଚମାନେ ଧାରଣାରେ

ଟି.ଏମ.ସି. ବିଲ ପୈଠ ଦାବିରେ ସରପଞ୍ଚମାନେ ଧାରଣାରେ

199

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ୨୩ ପଞ୍ଚାୟତରେ କୋଭିଡ ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ପରିଚାଳନା କରିଥିôବା ପଞ୍ଚାୟତ ଗୁଡିକର ବିଲ ପୈଠ ଦାବି କରି ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଶୁକ୍ରବାର ବ୍ଲକ ସମମୁଖରେ ଧାରଣା ଦେଇଥିଲେ । ଗତ ଜୁନ ମାସ ୨୩ ତାରିଖରୁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ବନ୍ଦ କରାଯାଇ ସାରିଛି । ପଞ୍ଚାୟତ ପକ୍ଷରୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ପରିଚାଳନା ବାବଦକୁ ଖର୍ଚ୍ଚ କରିଥିôବା ଅର୍ଥ ପାଇବା ପାଇଁ ବ୍ଲକରେ ବିଲ ଗତ ଜୁନ ମାସ ଶେଷ ସୁଦ୍ଧା ଦାଖଲ କରିସାରିଥିଲେ । ହେଲେ ବ୍ଲକ କତ୍ତୃପକ୍ଷ ବିଲ ପୈଠ କରିନଥିଲେ । ଚଳିତ ସେପ୍ଟେମ୍ବର ୮ ତାରିଖ ଦିନ ସାତ ଦିନ ମଧ୍ୟରେ ବିଲ ଅର୍ଥ ପୈଠ ପାଇଁ ବ୍ଲକ ପ୍ରଶାସନକୁ ସରପଞ୍ଚମାନେ ମିଳିତ ଭାବେ ଜଣାଇଥିଲେ । ଅନ୍ୟଥା ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଗତ ୧୧ ତାରିଖରେ ସରପଞ୍ଚମାନଙ୍କ ଦାବି ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ ଦିଆଯାଇ ଏଥିନେଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ମାତ୍ର କୌଣସି ସୁଫଳ ନମିଳିବାରୁ ଶୁକ୍ରବାର ବିଜୟ ଶଙ୍କର ମହାନ୍ତି, ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ଜଗବନ୍ଧୁ ଦାସ, ସୁବାସ କାଣ୍ଡି, ବଦ୍ରୀନାରୟଣ ରାଉତ, ମାଳଦା ସରପଞ୍ଚ ପ୍ରତିନିଧି ପ୍ରତ୍ୟୁଷ ସାମଲ, ସରସଦା ସରପଞ୍ଚ ପ୍ରତିନିଧି ରାମଚନ୍ଦ୍ର ସେନାପତି, ରହଣିଆ ସରପଞ୍ଚ ପ୍ରତିନିଧି ବିରେନ୍ଦ୍ର ନାୟକ ପ୍ରମୁଖ ସରପଞ୍ଚମାନେ ଧାରଣା ଦେଇଥିଲେ । ଆଗାମୀ ସାତ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ବିଡିଓ ଦେବା ପରେ ଧାରଣା ସ୍ଥାଗିତ ରଖାଯାଇଛି । ଫଟୋ-ସରପଞ୍ଚଙ୍କ ଧାରଣା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.