Home ଜିଲ୍ଲା ପରିକ୍ରମା ଦୋକାନ ଭିତରକୁ ମାଡିଗଲା କାର

ଦୋକାନ ଭିତରକୁ ମାଡିଗଲା କାର

191

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ମଞ୍ଜୁରୀରୋଡ ବଜାରରେ ଜଣେ କାର ଚାଳକ ମଞ୍ଜୁରୀରୋଡ ବଜାରର ମାଛ ମାର୍କେଟ ନିକଟ ପାନ ଦୋକାନ ଆଗରେ ଶୁକ୍ରବାର ମଧ୍ୟାନ୍ନରେ ପାର୍କିଂ କରିଥିଲେ । ସଂପୃକ୍ତ ପାନ ଦୋକାନୀ କାର ଚାଳକଙ୍କ ସହ ବନ୍ଧୁତା ଥିବା କାରଣରୁ ଗାଡି ଚାବି ମାଗି କାର ଚଳାଇବା ପାଇଁ ନେଇଥିଲେ । ମାତ୍ର ସ୍ୱଳ୍ପ ଦୂରରେ ଭାରସାମ୍ୟ ହରାଇ ମା’ ସନ୍ତୋଷୀ ମିଷ୍ଟାନ୍ନ ଭଣ୍ଡାର ଦୋକାନ ଭିତରକୁ କାର ଟିକୁ ପୁରାଇ ଦେଇଥିଲେ । ଦିନ ପ୍ରାୟ ଗୋଟାଏ ସମୟ ହୋଇଥିବାରୁ ଦୋକାନରେ ଜଳଗହଳି ନଥିଲା । ଦୋକାନର ସାମନା ଖୁଣ୍ଟ ଓ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ ହୋଇଥିବା ବେଳେ ସୌଭାଗ୍ୟବଶତଃ ଦୋକାନ ଜଗି ଥିବା ମାଲିକର ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ପୁଲିସ ସଂପୃକ୍ତ ଗାଡି ମାଳିକଙ୍କୁ ଅଟକ ରଖିଥିବା ବେଳେ ଘଟଣା ଘଟାଇଥିବା ପାନ ଦୋକାନୀ ଫେରାର ହୋଇଯାଇଛି । ମଞ୍ଜୁରୀରୋଡ ପୁଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.