Home ଜିଲ୍ଲା ପରିକ୍ରମା ଶଂଖ ଓ ଘଂଟ ନାଦ ମଧ୍ୟରେ ଟୋକା ଗଣେଶଙ୍କ ଭସାଣି

ଶଂଖ ଓ ଘଂଟ ନାଦ ମଧ୍ୟରେ ଟୋକା ଗଣେଶଙ୍କ ଭସାଣି

191

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳ ପୁରୁଣାବଜାର ଠାରେ କୋଭିଡ କଟକଣା ମଧ୍ୟରେ ପ୍ରସିଦ୍ଧ ଟୋକା ଗଣେଶଙ୍କ ଭସାଣି ଉତ୍ସବ ସମ୍ପନ୍ନ ହୋଇଛି । ଟୋକା ଗଣେଶ ପୁରୁଣାବଜାରସ୍ଥିତ ସ୍ଥାୟୀ ମଣ୍ଡପ ଠାରେ ଗତ ମାସ ୨୨ତାରିଖ ଠାରୁ ପାରମ୍ପରିକ ରୀତିରେ ପୂଜା ପାଇ ଆସୁଥିଲେ । କୋଭିଡ କଟକଣା ପାଇଁ ହାତଗଣତି କମିଟି ସଦସ୍ୟ ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଗହଣରେ ଏକ ନିରାଡମ୍ବର ଶୋଭାଯାତ୍ରାରେ ଟୋକା ଗଣେଶଙ୍କୁ ଶଂଖ ଓ ଘଣ୍ଟନାଦ ମଧ୍ୟରେ ଏକ ଶୋଭାଯାତ୍ରାରେ ନେଇ ସାଳନ୍ଦୀ ନଦୀରେ ବିସର୍ଜନ କରିଥିଲେ । ସୂଚନାଯୋଗ୍ୟ ଯେ; ଭଦ୍ରକ ସହରର ପୁରୁଣାବଜାର ଠାରେ ବୁଢ଼ା ଓ ଟୋକା ଗଣେଶ, କୁଆଁସ ଠାରେ ପିଲା ଓ ଛୁଆ ଓ କାଞ୍ଚନ ଗଣେଶଙ୍କ ମୃଣ୍ମୟୀ ପ୍ରତିମା ଦୀର୍ଘ ଏକମାସ ଧରି ପୂଜା ପାଇଥାନ୍ତି । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଟୋକା ଗଣେଶ କମିଟିର ପ୍ରସ୍ତୁତି ଥିଲା । କିନ୍ତୁ କରୋନା କଟକଣଶ ଯୋଗୁ ତାହା ସମ୍ଭବ ହୋଇନଥିଲା । ଟୋକା ଗଣେଶଙ୍କ ବିଶେଷ ଆକର୍ଷଣ ହେଉଛି ବାବାଙ୍କ ପାଇଁ ନିର୍ମିତ ହୋଇ ଆସୁଥିବା ଚାନ୍ଦିମେଢ଼ । ୮୦ କିଲୋରୁ ଉର୍ଦ୍ଧ୍ୱ ଓଜନର ରୂପାରେ ନିର୍ମିତ ସୁଦୃଶ୍ୟ ମେଢରେ ତାରକସୀ କାମ ହିଁ ଆକର୍ଷଣ କାରଣ । ତେବେ ମାସାଧିକକାଳ ପୂଜା ପାଉଥବା ଏହି ପୂଜାରେ କେବଳ ହିନ୍ଦୁ ସମ୍ପ୍ରଦାୟ ନୁହନ୍ତି ବରଂ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କ ଅକୁଣ୍ଠ ସହଯୋଗ ଏହି ଉତ୍ସବକୁ ଭାଇଚାରାର ଉତ୍ସବରେ ପରିଣତ କରିଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.