Home ଜିଲ୍ଲା ପରିକ୍ରମା ଝାଡେଶ୍ୱର ମନ୍ଦିରରେ ଆଲୋକ ବ୍ୟବସ୍ଥା ସହ ବୃକ୍ଷରୋପଣ କଲା ଯୁବକ ସଂଘ

ଝାଡେଶ୍ୱର ମନ୍ଦିରରେ ଆଲୋକ ବ୍ୟବସ୍ଥା ସହ ବୃକ୍ଷରୋପଣ କଲା ଯୁବକ ସଂଘ

39

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡକୂଳ ଝାଡେଶ୍ୱର ମନ୍ଦିର ପରିସରରେ ଉଜ୍ଜ୍ୱଳ ଆଲୋକ ପାଇଁ ସ୍ଥାନୀୟ ଶ୍ରୀଗଣେଶ ଯୁବକ ସଂଘ ଓ ସେବାସଂସ୍ଥା ପକ୍ଷରୁ ଏଲ.ଇ.ଡି. ଲାଇଟ ବ୍ୟବସ୍ଥା କରାଯାଇଛି । ମନ୍ଦିର ରାସ୍ତା ଆରମ୍ଭରେ ସୂଚନା ଫଳକ ମଧ୍ୟ ଲଗାଯାଇଥିଲା । ବହୁପୁରାତନ ଆମ୍ବତୋଟାର ପୁନଃରୁଦ୍ଧାର ପାଇଁ ଶୁକ୍ରବାର ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ସଂଘର ସଦସ୍ୟ ନରେଶ ରାଉତ, ଅବିନାଶ ନାୟକ, ପୂଜକ ମୁନାବାବା, ସମାଜସେବୀ ବିଶ୍ୱମ୍ଭର ରାୁତ, ଜନ୍ମେଜୟ ରାଉତ, ଦିବାକର ରାଉତ, ସୀତେଶ ଭୋଇ, ଅକ୍ଷୟ ବେହେରା, ଗଦାଧର ଦାସ, ବାଇଧର ରାଉତ, ଧନଞ୍ଜୟ ମୁଦୁଲି, ରାଜକିଶୋର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.