Home ଜଗତସିଂହପୁର ଝଙ୍କଡ ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

ଝଙ୍କଡ ସାହିତ୍ୟ ସଂସଦର କାର୍ଯ୍ୟକାରିଣୀ ବୈଠକ

33

ତିର୍ତ୍ତୋଲ ୨୯ ଅଗଷ୍ଟ (ଓଡ଼ିଆ ପୁଅ/ଟୁକନ ସେଠୀ) ମାଟିର ମହାକବି ଆଦିକବି ଶାରଳା ଦାସ କେବଳ ଝଙ୍କଡ କିମ୍ବା ଜଗତସିଂହପୁର ଜିଲ୍ଲାର ନୁହେଁ, ସମଗ୍ର ଓଡିଆ ଜାତିର ସମସ୍ୟ ଓ ଅନନ୍ୟ ବରପୁତ୍ର ଭାବେ ରାଜ୍ୟରୁ ଦେଶ ପର୍ଯ୍ୟନ୍ତ ସାରସ୍ୱତ ଜଗତର ପ୍ରବାଦ ପୁରୁଷ। ତାଙ୍କଭଳି ଜଣେ ସାରସ୍ୱତ ସାଧକଙ୍କ ନାମରେ ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନକୁ ନାମିତ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉଦ୍ୟମ ଅନସ୍ୱୀକାର୍ଯ୍ୟ। ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ଜିଲ୍ଲା ସଂସ୍କୃତି ଭବନ “ଆଦିକବି ଶାରଳା ଦାସ ସଂସ୍କୃତି ଭବନ” ନାମରେ ନାମିତ ହୋଇଥିବାରୁ ଝଙ୍କଡ ସାହିତ୍ୟ ସଂସଦ କାର୍ଯ୍ୟକାରିଣୀ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଜିଲ୍ଲାପାଳ ଓ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ସଭାପତି ମହେନ୍ତ କୁମାର ଆଚାର୍ଯ୍ୟ, ଉପସଭାନେତ୍ରୀ ପ୍ରାଧ୍ୟାପିକା ଡଃ ବିଷ୍ଣୁପ୍ରିୟା ଦାସ, ଉପଦେଷ୍ଟା ଅକ୍ଷୟ ଦାସ, ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଇ, ସହସମ୍ପାଦିକା ସବିତା ନାୟକ, ସଂଗଠନ ସମ୍ପାଦକ ବାସବ କୁମାର ନନ୍ଦ, କୋଷାଧ୍ୟକ୍ଷ ଝୁଲରାମ ସାହୁ, ଉପଦେଷ୍ଟା ନିତ୍ୟାନନ୍ଦ ନାୟକ, ଦିଗମ୍ବର ରାଉତ, ଦେବେନ୍ଦ୍ର ନାଥ କର, ପରମାନନ୍ଦ ମିଶ୍ର ଓ କବି ନାରାୟଣ ସାହୁ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି। ମହାମାରୀ କରୋନାର ତୃତୀୟ ଲହର ପରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ପଲାଇ ସଭ୍ୟସଭ୍ୟାମାନଙ୍କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.