Home କଳାହାଣ୍ଡି ଜୁନାଗଡ ଅଂଚଳରେ ସଟ୍ଟା ଖେଳର ବ୍ୟାପକତା ବଢୁଥିବା ନେଇ ଅଭିଯୋଗ

ଜୁନାଗଡ ଅଂଚଳରେ ସଟ୍ଟା ଖେଳର ବ୍ୟାପକତା ବଢୁଥିବା ନେଇ ଅଭିଯୋଗ

208

କଳାହାଣ୍ଡି – ତା.୧୯.୧୨.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଂଚଳରେ ସଟ୍ଟାଖେଳ କାରବାର ବ୍ୟାପକ ଭାବେ ବଢୁଥିବା ନେଇ ରାଇଟ ଟୁ ଫାଇଟ ଜୁନାଗଡ ତରଫରୁ ମୂଖ୍ୟମନ୍ତ୍ରୀ, ରାଜ୍ୟ ପୋଲିସ ମୂଖ୍ୟ, ଜିଲ୍ଲାପାଳ, ଏସପି ତଥା ପଦାଧିକାରୀ ମାନଙ୍କୁ ଟୁଇଟରରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ଜୁନାଗଡ ସହର କଳାହାଣ୍ଡି ଜିଲ୍ଲାର କ୍ରମବର୍ଦ୍ଦିଷ୍ଣୁ ବ୍ୟବସାୟୀକ ପେଣ୍ଠ ସ୍ଥଳ ହୋଇଥିବା ବେଳେ ସମଗ୍ର କେବିକେ ଅଂଚଳର କେନ୍ଦ୍ର ସ୍ଥଳ ଏବଂ ଜାତୀୟ ରାଜପଥ-୨୬ ଜୁନାଗଡ ମଧ୍ୟ ଦେଇ ପ୍ରବାହିତ । ଆଖପାଖ ଅଂଚଳର ଜନସାଧାରଣ ଦୈନନ୍ଦିନ ବ୍ୟବହାରିକ ଜିନିଷ ପତ୍ର ପାଇଁ ଜୁନାଗଡ ସହର ଉପରେ ନିର୍ଭର କରୁଥିବା ହେତୁ ଜୁନାଗଡକୁ ପ୍ରତ୍ୟହ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ତାହାର ସୁଯୋଗ ନେଇ କିଛି ଲାଭ ଖୋର ବ୍ୟବସାୟୀ କମ ପଇସା ବିନିଯୋଗରେ ପ୍ରଚୁର ଫାଇଦା ପାଇବା ଆଶା ଦେଖାଇ ସଟ୍ଟା କାରବାର ଓ କ୍ରିକେଟ ବେଟିଂ କାରବାର ଚଳାଉଥିବାର ଅଭିଯୋଗ ହେଉଛି । ଏହି କାରବାରରେ ଅନେକ ଯୁବ ପୀଢି ଫାଇଦା ଆଶାରେ ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ଅେନେକେ ପ୍ରଚୁର କ୍ଷତି ସହୁଥିବା ମଧ୍ୟ ଅଭିଯୋଗ ହେଉଛି । ଏହି କାରବାର ପାଇଁ ଲୋକେ ଘରଦ୍ୱାର ମଧ୍ୟ ବିକି ଦେଇ ଅନାଥ ହୋଇବୁଳୁଥିବା କୁହାଯାଉଛି । ଏହି କାରବାରରେ କେତେକ ଶିକ୍ଷକ, ବ୍ୟବସାୟୀ ସାମିଲ ଥିବାର ଚର୍ଚ୍ଚା ହେଉଛି । ଏହା ଯଦିଓ ସତ୍ୟ ହୋଇଥାଏ ତେବେ ଏସବୁ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରାଗଲେ ବହୁ ଗୋପନୀୟ ତଥ୍ୟପୋଦାକୁ ଆସି ପାରିବ ଏବଂ ଆଗାମୀ ପୀଡି ଯେପରି ସଟ୍ଟା ଓ ବେଟିଂ ଭଲି ଅସାଧୁ କାରବାର ଠାରୁ ଦୂରେଇ ରହି ପାରିବେ ସେଭଲି ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ ବୋଲି ବୁଦ୍ଧିଜୀବି ମହଲରେ ଦୃଢ ଦାବୀ ହେଉଛି । ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅଂଚଳରେ ଏଭଲି ଅସାଧୁ କାରବାର ହେଉଥିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଲୋକଲୋଚନରେ ଆଲୋଚନା ହେଉଛି । ଏଭଲି ଅସାଧୁ କାରବାର ହେଉଥିବା ବିଷୟ ସାଧାରଣରେ ଅଭିଯୋଗ ହେବା ପରେ ପୋଲିସ ବିଭାଗ ତତ୍ପର ହୋଇଉଠିଥିବା ବେଳେ ଜୁନାଗଡ ସହର ମଧ୍ୟରେଥିବା କିଛି ଆଗ ଧାଡିର ସଟ୍ଟା ବ୍ୟବସାୟୀଙ୍କୁ ଡକାଇ ପଚରାଉଚୁରା କରିଥିବା ଆଲୋଚନା ହେଉଛି । ଏହା ଯଦି ସତ୍ୟ ହୋଇଥାଏ ତେବେ ଆଗକୁ ପୋଲିସ ପକ୍ଷରୁ ସଟ୍ଟା ବେପାରୀ ମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନିଆଯାଇପାରେ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ସଟ୍ଟା ଏବଂ ବେଟିଂ ଯୋଗୁଁ ସମାଜରେ ଯେଉଁ କୁପ୍ରଭାବ ପଡୁଛି ସେଥିରୁ ସୁରକ୍ଷା ଦେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.