Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ

84

ଯାଜପୁର୭।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପିଲା ମାନଙ୍କ ପ୍ରତିଭାର ମହକରେ ପୁଲକିତ ହେଉ ଆମ ସମାଜ ବୋଲି ଆହ୍ୱାନ ଦେଇଚ୍ଥନ୍ତି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ।  ଗୁରୁବାର ପୂର୍ବାହ୍ନରେ ଉତ୍କଳ ବାଳାଶ୍ରମ ପରିସରରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ୫ ଗୋଟି ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ତଥା ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସେଠୀ ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ଘଟିଲେ ତାହା ପିଲାଟିକୁ ପରିଚୟ ଦେବା ସହ ଅନୁଷ୍ଠାନର ଗୈାରବ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି କହିଥିଲେ ।  ପୂର୍ବରୁ ଉତ୍କଳ ବାଳାଶ୍ରମରେ ଅନେକ ଅଭାବ ଅସୁବିଧା ସତ୍ତ୍ୱେ ସଂଖ୍ୟାଧିକ କୃତିତ୍ୱପୂର୍ଣ୍ଣ ବ୍ୟକ୍ତି ସମାଜରେ ପ୍ରତିଷ୍ଠିତ ହୋଇପାରିଚ୍ଥନ୍ତି ।  ଅଥଚ ବର୍ତ୍ତମାନ ଅନେକ ସୁବିଧା  ଥିଲେ ମଧ୍ୟ ଏଠାରୁ ଭଲ ପ୍ରତିଭାଦିପ୍ତ ପିଲା ନ ବାହାରିବା ଦୁଃଖ ଦାୟକ ।  ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ନିଷ୍ଠାପର ଭାବେ ଉଦ୍ୟମ କରିବାକୁ ଶ୍ରୀ ସେଠୀ  ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରୁଦ୍ର ନାରାୟଣ ପୃଷ୍ଟି,  ସୁବାଷ ଦେବତା  ଓ ସଂଗୀତଜ୍ଞ ଦୀନେଶ ମଲ୍ଲିକ ପିଲା ମାନଙ୍କ ଚାରିତ୍ରିକ ବିକାଶ, ଶୃଙ୍ଖଳା ଓ ପ୍ରତିଭାର ବିକାଶ ଉପରେ ଆଲୋକପାତ କରିଥିଲେ ।  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ୟୁନିଟ ଓ ବାଳାଶ୍ରମର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।  ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।  ଏହି ପ୍ରତିଯୋଗିତାର ପ୍ରଥମ ପ୍ରତିଯୋଗୀ ମାନେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।  ଏଥିରେ କୃତକାର୍ଯ୍ୟ ହେଲେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।  ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ୟୁନିଟର କାଳୀ ପ୍ରସାଦ ସାହୁ, ଅର୍ଚ୍ଚନା ସାମନ୍ତ, ରବିନ୍ଦ୍ର ସେଠୀ, ପଦ୍ମ ଚରଣ ସାମନ୍ତରାୟ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.