Home ଜିଲ୍ଲା ପରିକ୍ରମା ଜିଲ୍ଲା କିନ୍ନର ସଙ୍ଘର ଜିଲ୍ଲାପାଳଙ୍କ ସହ ସୌଜନ୍ୟ ମୁଳକ ସାକ୍ଷାତ

ଜିଲ୍ଲା କିନ୍ନର ସଙ୍ଘର ଜିଲ୍ଲାପାଳଙ୍କ ସହ ସୌଜନ୍ୟ ମୁଳକ ସାକ୍ଷାତ

81

ନବରଙ୍ଗପୁର ୩-୭ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲାର କୋଣ ଅନୁକୋଣରୁ ନବରଙ୍ଗପୁର ସଦର ମହକୁମା ରେ ପହଞ୍ଚିଥିଲେ। ପ୍ରଥମେ ମା ଭଣ୍ଡାରଘରଣୀଙ୍କ ଆଶୀର୍ବାଦ ନେଇ ଥିଲେ। ତତ୍ପରେ ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କିନ୍ନର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ଭେଟିଥିଲେ। ଏହି ଅବସରରେ କିନ୍ନର ସଙ୍ଘର ରେଜିଷ୍ଟ୍ରେସନ ସାର୍ଟିଫିକେଟକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ କିନ୍ନର ମାନଙ୍କ ସହ ବସି ତାଙ୍କର ବିଭିନ୍ନ ସମସ୍ୟାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ଏହାର ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ତହସିଲଦାରଙ୍କୁ ଭେଟିଥିଲେ। ଏହି ଅବସରରେ କିନ୍ନର ସଙ୍ଘର ସଭାପତି କାଜଲ, ସମ୍ପାଦକ ଚୁମକୀ, ଉପସଭାପତି ସୋନା, ସହସମ୍ପାଦକ ପ୍ରୀତି, କୋଷାଧ୍ୟକ୍ଷ କଳ୍ପନା, ଏବଂ ଜିଲ୍ଲାର ସମସ୍ତ ବ୍ଲକର ସଭାପତି ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.