Home ଅନୁଗୁଳ ମୈାସୁମୀ ଋତୁରେ ଶକ୍ତି କେନ୍ଦ୍ରଗୁଡ଼ିକୁ ଦୈନିକ କୋଇଲା ପ୍ରେରଣ ସ୍ଥିତି ବଜାୟ ରଖିବାକୁ ଏମସିଏଲ ଆଗଭର

ମୈାସୁମୀ ଋତୁରେ ଶକ୍ତି କେନ୍ଦ୍ରଗୁଡ଼ିକୁ ଦୈନିକ କୋଇଲା ପ୍ରେରଣ ସ୍ଥିତି ବଜାୟ ରଖିବାକୁ ଏମସିଏଲ ଆଗଭର

53

ତାଳଚେର, ୨/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ରାଷ୍ଟ୍ରାୟତ ଉଦ୍ୟୋଗର କୋଲ ଇଣ୍ଡିଆ ଲିଃ ର ଏକ ଅଂଶୀଦାର କମ୍ପାନୀ ମହାନଦୀ କୋଲ ଫିଲଡ୍ସ ଲିଃ ମୈାସୁମୀର ଆଗମନକୁ ଦୃଷ୍ଟିରେ ରଖି ଆଗାମୀ ମାସଗୁଡ଼ିକ ନିମନ୍ତେ ଓଡ଼ିଶାର ଶକ୍ତି କେନ୍ଦ୍ରଗୁଡ଼ିକରେ ଶୁଖିଲା ଇନ୍ଧନର ଗଚ୍ଛିତ ସ୍ଥିତିକୁ ତୀକ୍ଷ୍ଣ ନଜର ରଖିବା ତଥା ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି। ସମସ୍ତ କୋଇଲା ଖଣିର ମୁଖ୍ୟ ତଥା ରେଳବାଇ ସାଇଡିଂରେ ଏମସିଏଲ ପର୍ଯ୍ୟାପ୍‌ତ କୋଇଲା ଗଚ୍ଛିତ ରଖିବା କୋଇଲା ଉତ୍ପାଦନ, ପ୍ରେରଣ ଓ ପରିଚାଳନା କ୍ଷେତ୍ରରେ କ୍ରମାଗତ ମନିଟରିଂ କରାଯାଉଛି। ଏପରିକି ଛୋଟ ବ୍ୟବସାୟରେ ଉତ୍ପନ୍ନ ଅସୁବିଧାଗୁଡ଼ିକୁ ସମାଧାନ କରାଯିବା ନେଇ କୁହାଯାଉଛି। କୋଇଲା – ରେଳ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଉତ୍ପାଦନ, ପ୍ରେରଣ ଏବଂ ଉତ୍ସର୍ଗୀକୃତ ଦଳଗତ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରାଯାଉଛି। ଏମସିଏଲ ର ସିଏମଡି, କାର୍ଯ୍ୟକାରିଣୀ ନିର୍ଦ୍ଦେଶକ ଏବଂ ବରିଷ୍ଠ ପଦାଧିକାରୀମାନେ ନିରନ୍ତର ଭାବେ ଖଣିରେ ଥିବା ଅସୁବିଧାଗୁଡ଼ିକ ଜାଣିବା ପାଇଁ ପ୍ରୋଜେକ୍ଟ ଟିମ୍ ଗୁଡ଼ିକ ପାଖରେ ପହଁଚିବା ଏବଂ ଯୋଗାଣ କାର୍ଯ୍ୟ ଓ ଉପଭୋକ୍ତାଙ୍କୁ କୋଇଲା ପଠାଇବାରେ ସହଯୋଗ କରୁଛନ୍ତି। ଫିଲ୍ଡ ଟିମ୍ ଗୁଡ଼ିକ ପାଖରେ ପହଁଚିବା ଏବଂ ଘଟଣାସ୍ଥଳରେ ପ୍ରଶାସନିକ ସହାୟତା ପ୍ରଦାନ କରିବାକୁ ନେଇ ଶୀର୍ଷ ମ୍ୟାନେଜମେଣ୍ଟର ଆଭିମୁଖ୍ୟ କମ୍ପାନୀର କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ କୋଇଲା ଉତ୍ପାଦନରେ ୩୫.୪% ପ୍ରତିଶତ ଅଭିବୃଦ୍ଧି ଏବଂ ଡେସପ୍ୟାଚ୍ ରେ ୨୨.୧% ଅଭିବୃଦ୍ଧି ରହିଛି। ସ୍ୱତନ୍ତ୍ର ପ୍ରତିନିଧିଙ୍କ ଉପଲବ୍ଧ ସୂଚନାନୁସାରେ ବର୍ତମାନ କମ୍ପାନୀର ସମସ୍ତ କୋଇଲାଖଣି ଏବଂ ରେଲୱେ ସାଇଡିଂରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ରହିଛି। ଏମସିଏଲର ତାଳଚେର କୋଲଫିଲ୍ଡସରେ ଦୈନିକ ୭୦ ର‌୍ୟାକ୍ ପ୍ରେରଣ/ଲୋଡ୍ କ୍ଷମତା ରହିଥିବା ବେଳେ ଦୈନିକ ପ୍ରାୟ ୫୬ ର‌୍ୟାକ୍ ରେଲ ଡେସପ୍ୟାଚ୍ ବଜାୟ ରହିଛି। ତେବେ ପିକ୍ କ୍ୟାପାସିଟିକୁ ବଜାୟ ରଖିବାପାଇଁ କଷ୍ଟକର ହୋଇଥିଲେ ସୁଦ୍ଧା ରେଳବାଇ ଏଥିପାଇଁ ଚେଷ୍ଟା କରୁଛି। ବର୍ଷା ଋତୁରେ ସାଇଡିଂ ଗୁଡ଼ିକରେ ରେଳ ଧାରଣାର ରକ୍ଷଣାବେକ୍ଷଣ ପାଇଁ ବାଧାମୁକ୍ତ ର‌୍ୟାକ୍ ଚଳାଚଳ ପାଇଁ ଏମସିଏଲ ମଧ୍ୟ ଏହାର କର୍ମଚାରୀ ଏବଂ ମେସିନ୍ ଗୁଡ଼ିକୁ ଏକାଠି କରିଅଛି। ଏମସିଏଲର ଇବ୍ ଭ୍ୟାଲି କୋଲଫିଲ୍ଡସରେ ମଧ୍ୟ ସମାନ ଧରଣର କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ ସାଇଡ଼ିଂକୁ ଦୈନିକ ୩୭.୭୩ ର‌୍ୟାକ୍ ଯୋଗାଇ ଦିଆଯାଉଥିଲା। ସେଠାରେ ଜୁନ୍ ୨୨ତାରିଖରେ ଦୈନିକ ୪୨ ର‌୍ୟାକ୍ କ୍ଷମତାକୁ ବୃଦ୍ଧି ପାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏମସିଏଲର ସମସ୍ତ ସାଇଡିଂ ସବୁ ପାଣିପାଗରେ ସଡ଼କ ସହିତ ସଂଯୁକ୍ତ ଏବଂ ପ୍ରେରଣ ସମ୍ଭାବନା ଅଧିକ କିମ୍ବା କମ୍ ସ୍ଥିର ଅଟେ। ଏନ.ଏସ୍‌.ମଣ୍ଡଳ ସଦସ୍ୟ ସଚିବ, ଇଆରପିସି, କୋଲକତା, ଶକ୍ତି ମନ୍ତ୍ରଣାଳୟ ଓ ତାଙ୍କ ଟିମ୍ ସହିତ ଏମସିଏଲର ଜିଏମ୍‌(ଏମ ଏଣ୍ଡ ଏସ୍‌) ଏବଂ ଏରିଆ ଟିମ୍ ସହିତ ଏମସିଏଲର ଇବ୍ ଭ୍ୟାଲି ଏବଂ ତାଳଚେର କୋଲଫିଲ୍ଡସ ଗତ ୩୦ ଏବଂ ୧ତାରିଖରେ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ କୋଇଲାଖଣି ଏବଂ ରେଳ ସାଇଡ଼ିଂ ବୁଲି ଷ୍ଟକ୍ କୋଇଲା ସ୍ଥିତି ଏବଂ ଟିପିପିଏସ୍ କୁ ଉପଲବ୍ଧ କୋଇଲା ଉଠାଇବା ପାଇଁ ଲଜିଷ୍ଟିକ୍ସ ଯୋଜନାକୁ ଅନୁଧ୍ୟାନ କରିଥିଲେ। ଗତ ୩୦ ତାରିଖରେ ସେମାନେ ବସୁନ୍ଧରା ଏବଂ ଲଖନପୁର କ୍ଷେତ୍ରରେ ମାଇନ୍ସ ଷ୍ଟକ୍ ଏବଂ ସାଇଡ଼ିଂ ପରିଦର୍ଶନ କରିଥିବା ବେଳେ ଚଳିତ ମାସ ୧ ଏବଂ ୨ତାରିଖରେ ତାଳଚେର ସ୍ଥିତ ଜଗନ୍ନାଥ, ଭରତପୁର, ଲିଙ୍ଗରାଜ ଓ ହିଙ୍ଗୁଳା କ୍ଷେତ୍ର ଅଧିନ ସାଇଡିଂ ଗୁଡ଼ିକୁ ବୁଲି ଅନୁଧ୍ୟାନ କରିଥିଲେ। ଏହି ଭ୍ରମଣକାରୀ ଟିମ୍ ଏମସିଏଲର କୋଇଲା ଷ୍ଟକ୍ ସ୍ଥିତି ନେଇ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ କୋଇଲା ଖନନ ପାଇଁ ତଥା ଆବଶ୍ୟକତା ଅନୁଯାୟୀ ଏମସିଏଲର ସାଇଡିଂକୁ ର‌୍ୟାକ୍ ଯୋଗାଣ ନିମନ୍ତେ ଗୁରୁତ୍ୱାରୋପ କରିଥିଲେ। ସେହିପରି ସମସ୍ତ ଶକ୍ତିକେନ୍ଦ୍ରକୁ ଉତମ ଗୁଣବତା କୋଇଲା ଯୋଗାଣ ବୃଦ୍ଧି ପାଇଁ ଏମସିଏଲ ନେଇଥିବା ପଦକ୍ଷେପ, ସମସ୍ତ ଶକ୍ତି କେନ୍ଦ୍ରକୁ ଇଚ୍ଛଧୀନ ସମର୍ଥନ ଏବଂ ସଙ୍କଟ ସମୟରେ ଏମସିଏଲକୁ କୋଇଲା ନେବାକୁ ପ୍ରଶଂସା କରିଥିଲେ। ଏହି ଟିମ୍ ଆହୁରି ଦର୍ଶାଇଛି ଯେ, ୨୦୨୨-୨୩ ଆର୍ଥିବ ବର୍ଷ ପାଇଁ ୧୭୬ ମିଲିୟନ ଟନ୍ ଧାର୍ଯ୍ୟ ଲକ୍ଷ୍ୟ ବିରୁଦ୍ଧରେ ଉତ୍ପାଦନକୁ ଏମସିଏଲର ଆହୁରି ବୃଦ୍ଧି କରିବାକୁ ଦର୍ଶାଇଛି। ଓଡ଼ିଶାର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ରହିବ ଓ ଚଳିତ ବର୍ଷର ମୈାସୁମୀ ସମୟରେ ଏମସିଏଲ କୋଇଲା ନିୟମିତ ଭାବେ ବ୍ୟବହାର ପାଇଁ ଯୋଗାଇ ଦେବ ବୋଲି ଏମସିଏଲ ପକ୍ଷରୁ ଆଶା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.