Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସର୍ଗିଫୁଲ ଶିଶୁ ମହୋତ୍ସବ ଓ ବିଜ୍ଞାନମେଳା, ରାଜ୍ୟସ୍ତର ପ୍ରତି ଯୋଗୀତା ପାଇଁ ୨୮ଜଣ ଛାତ୍ରୀ,ଛାତ୍ର...

ଜିଲ୍ଲାସ୍ତରୀୟ ସର୍ଗିଫୁଲ ଶିଶୁ ମହୋତ୍ସବ ଓ ବିଜ୍ଞାନମେଳା, ରାଜ୍ୟସ୍ତର ପ୍ରତି ଯୋଗୀତା ପାଇଁ ୨୮ଜଣ ଛାତ୍ରୀ,ଛାତ୍ର ମନୋନିତ

129

ମାଲକାନଗିରି,୧୭ା୧୧(ଓଡିଆ ପୁଅ ) ଦୁଇଦିନ ଧରି ମାଲକାନଗିରି ମାଲ୍ୟବନ୍ତ ଛାତ୍ରବାସ ପରିସରରେ ଜିଲ୍ଲାପ୍ରଶାସନ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରିୟ ବିଜ୍ଞାନମେଳା ଓ ସର୍ଗିଫୁଲ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ଅବସର ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ହାସଲକରିଥିବା ୨୮ଜଣ ଅନୁସୁଚିତ ଜାତି ଓ ଜନ ଜାତିର ଛାତ୍ରୀ ଛାତ୍ର ରାଜ୍ୟସ୍ତର ସର୍ଗିଫୁଲ ପ୍ରତି ଯୋଗୀତାରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାମଙ୍ଗଳ ଅଧିକାରୀ  ପ୍ରଦିପ୍ତ କୁମାରପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଘାଟନି ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା,ସାମ୍ମାନିତ ଅତିଥିଭାବେ ଏସପି ଜଗମୋହନ ମୀନା,ଏସଡିପିଓ ଶ୍ରବଣ ବିବେକ ଏମ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମୁଖ୍ୟବକ୍ତା ଭାବେ ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଭରିରହିଛି ଅପାର ସମ୍ଭାବନା,ତାହାକୁ ନେଇ କେବଳ ଭଲପାଠପଢି ଚାକିରି ପଛରେ ଦୈଡିଲେ ଠିକ ହେବନାହିଁ,ନିଜ ପିତାମାତାଙ୍କ ପ୍ରତି ଥିବା ଗୁରଦାଇତ୍ୱକୁ ତୁଲାଇବାକୁ ପଡିବ,ଆଜିର ଶିଶୁକାଲିର ସୁନାଗରିକ, ଶିଶୁହସିଲେ ଦୁନିଆ ହସିବ,ଚାଚାନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ଛାତ୍ରୀ ମାନେ ସୁନାଗରିକ ହେବାକୁ ଚେଷ୍ଟାକରିବା ଦରକାର ବୋଲି ମଚାଂସିନ ଅତିଥିମାନେ କହିଥିଲେ ,ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ୨୪ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଅତିଥିମାନେ ବିଜ୍ଞାନମେଳା ପରି ଦର୍ଶନକରି ବେସ ଖୁସିହୋଇଥିଲେ । ବିଜ୍ଞାନମେଳାରେ  ଆଦିବାସୀ ଛାତ୍ର ଛାତ୍ରୀ ମାନେ ପଲିଥିନ, ପ୍ଲାଷ୍ଟିକ ରିସାଇକ୍ଲିଂ ରୁ ଗ୍ୟାସ ତିଆରି କରି  ବିଦ୍ୟୁତ ଉତ୍ପାଦନ କରିବା,ସବୁଜ ଗୃହ,ଦୂଷିତ ଜଳକୁ ସଂର କ୍ଷଣକରି ସେହି ଜଳକୁ ପାନୀୟ ଜଳଭାବେ ବ୍ୟବହାହର କରିବା, ପୋକମରା ଯନ୍ତ୍ର,ବତ୍ୟା ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା, ସୋଲାର ଲାଇଟପ୍ରସ୍ତୁତି କରିବା, ବାୟୁନିୟନ୍ତ୍ରଣ ଓ ପ୍ରଦୁଷଣ,ପୋଡାତେଲରୁ ବାୟୋଡିଜେଲ ଯନ୍ତ୍ର, ମକାରୁ ପାଣି ଫିଲଟରଯନ୍ତ୍ର,ଆଦି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଦିନତମାମ ଓ  ରାତ୍ରରେ ବିଭିନ୍ନବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା,ସମ୍ମାନିତ ଅତିଥି ଭାବେ ଜିଲ୍ଲାସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ମୁଖ୍ୟବକ୍ତାଭାବେ ଜିଲ୍ଲାସମନ୍ୱୀତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଶ୍ରୀ ଆର.କେ.ଗଣ୍ଡ,ଯୋଗଦେଇ ଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପି.କେ.ପଣ୍ଡା ସଭାରେ ପୌରହିତ କରିଥିଲେ । ଏହି ଅବସରେ ବିଭିନ୍ନ ପ୍ରତି ଯୋଗୀତାରେ କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ସାତଟି ଯାକ ବ୍ଲକରେ ଥିବା ୭୫ଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ବିଦ୍ୟାଳୟରୁ୮୬୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଜ୍ଞାନମେଳାରେ  ପ୍ରକଳ୍ପ ପ୍ରଦର୍ଶିତ ସହ ଦୁଇଦିନ ଧରି ଚାଲିଥିବା ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ବକ୍ତୃତା, ବିତର୍କ,ଗଣିତ ,ବିଜ୍ଞାନ, ସାଧାରଣ ଜ୍ଞାନ,ସୃଜନମୂଳକ ଲିଖନ,ସଂଗୀତ ନୃତ୍ୟ,ବାଦ୍ୟ ଯନ୍ତ୍ର,ନାଟକ,ବିଭିନ୍ନ ପ୍ରତିଯୋଗିତା କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ର ପ୍ରତି ଯୋଗୀତାରେ ୧୫୦ଜଣ ଶିକ୍ଷକ ଶିକ୍ଷୟତ୍ରୀ, ୨୦ଜଣ ବିଚାରକ ମଣ୍ଡଳୀ ସାମିଲ ହୋଇଥିଲେ । ଦୁଇଦିନ ଧରି ଚାଲିଥିବା ସର୍ଗିଫୁଲ ଉତ୍ସବ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଅତି ସୁନ୍ଦର ଭାବେ ନୃତ୍ୟ, ସଂଗୀତ,ନାଟକ ପରିବେଷଣ କରିଥିଲେ । ଏହାକୁ ଦେଖିବା ପାଇଁ ପ୍ରତିଦିନ ସଂନ୍ଧ୍ୟାରେ ଶତାଧିକ ଦର୍ଶକମାନଙ୍କ ଭିଡ ଲାଗିରହିଥିଲା । ଶାନ୍ତି ଶୃଙ୍କଳା ରକ୍ଷା ପାଇଁ ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଙ୍କ ସହ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.