Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଜନଜାତି ସମାବେଶରେ ଭିଡିଓ କନଫରେନ୍ସରେ ଉନ୍ନୟନ କାର୍ଯ୍ୟର ନାମଫଳକ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାସ୍ତରୀୟ ଜନଜାତି ସମାବେଶରେ ଭିଡିଓ କନଫରେନ୍ସରେ ଉନ୍ନୟନ କାର୍ଯ୍ୟର ନାମଫଳକ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

315

ମାଲକାନଗିରି,୨୭ା୨ (ଓଡିଆ ପୁଅ )  ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ପକ୍ଷରୁ ମାଲକାନଗିରି ଦଣ୍ଡକାରଣ୍ୟ ମଇଦାନରେ ଜିଲ୍ଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଟିତ ହୋଇଯାଇଛି । ଏହି ସମାବେଶରେ ଭିଡିଓକନଫରେନ୍ସ ମାଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ସିଧାସଳଖ ଭାବେ ମାଲକାନଗିରି ଜିଲ୍ଲାର ଜନଜାତି ମାନଙ୍କ ସହିତ ଆଲୋଚନା କରି ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦର ବିଭିନ୍ନ କାର୍ଯ୍ୟର ୬ଟି ନାମଫଳକକୁ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ମାଥିଲି ବ୍ଲକ ପାଖନାଗୁଡା ଗ୍ରାମର ଭୂମିୟା ଆଦିବାସୀ ସଂପ୍ରଦାୟର ଯୁବକ ନିଳକଣ୍ଠ କପେ କଥାହୋଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାପ୍ରତି ରାଜ୍ୟସରକାର ଅଧିକା ଗୁରୁତ୍ୱଦେଇ ଜନଜାତି ମାନଙ୍କର ଉନ୍ନତି କଥା ଚିନ୍ତାକରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଏହି ଜନଜାତି ସମାବେଶରେ  ମାଲକାନଗିରି ବିଧାୟକ ମାନସ ମାଡକାମି,ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା,ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ପିଡି ଡିଆରଡିଏ ଲିଙ୍ଗରାଜପଣ୍ଡା,ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଲକ୍ଷ୍ମିପ୍ରୀୟା ନାୟକ,ସମନ୍ୱୀତ ଆଦିବାସୀ ଉନ୍ନୟନସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣାଗଣ୍ଡ,ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦିପ୍ତକୁମାର ପଣ୍ଡା,ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଯୋଗଦେଇ ଆତ୍ୟାଧୁନିକ ଇଟଂରନେଟ ଯୁଗରେ ଧିରେ ଧିରେ ଶିକ୍ଷିତ ଯୁବପିଡି ମାନେ ନିଜ ଭାଷା,ସଂସ୍କୃତି, ପରମ୍ପରାକୁ ଭୁଲି ଯାଉଥିବା ବେଳେ ରାଜ୍ୟସରକାର ଏହାକୁ ବିଶ୍ୱଦରବାରରେ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ଜନଜାତି ମାନଙ୍କ କଳା ସଂସ୍କୃତି ପରମ୍ପରାକୁ  ଉତ୍ସାହିତ କରିବା ନିମନ୍ତେ ଗାଁ ଗାଁରେ ନାଟଦଳ,କ୍ଲବ ଗଠନ କରି ସେମାନଙ୍କୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ,ପୋଷାକ ଓ ଖେଳସାମଗ୍ରୀ ଦେବାର ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ ।

ଏହି ଅବସରରେ କୋୟା,ବଣ୍ଡା, ପରଜା, ଭୁମିୟା, ଦୁରଆ,ସାନ୍ତାଳୀ ବିଭିନ୍ନ ଅଚଂଳରୁ ଆସିଥିବା ଜନଜାତୀ ନାଟ୍ୟଦଳ ସେମାନଙ୍କ ନୃତ୍ୟ ସଂଗୀତ ପରିବେଷଣ କରି ଥିଲେ ବିଶେଷ କରି ଅଲଓଡିଶା ମାର୍ଶଲ ଆର୍ଟଏକାଡେମୀର ଆଦିବାସୀ ଛାତ୍ର ମାନଙ୍କ ଦ୍ୱାରା ପରିବେସିତ ଆଫ୍ରୀକାନ ଡ୍ୟାନ୍ସ ଦର୍ଶକ ମାନଙ୍କ ମନ ମୋହିଥିଲା ।  ସମଗ୍ର ଦେଶରେ ୬୨ପ୍ରକାର ଜନତାତିଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ବଣ୍ଡା,କୋୟା, ପରଜା,ହାଲବା,ଦୁରୁଆ, ଦିଦାୟୀ,ଭୁମିୟା,କୋଟିଆ,ଗାଦବା ପ୍ରାୟ୧୪ଟି ରୁ ଉର୍ଦ୍ଦ ଜନଜାତି ସଂପ୍ରଦାୟ ବସବାସକରନ୍ତି । ସେମାନଙ୍କ ଭାଷା,କଳା,ସଂସ୍କୃତି ପରମ୍ପରାକୁ ଉତ୍ସାହିତ କରିବା ନିମନ୍ତେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ପକ୍ଷରୁ ପାରମ୍ପାରିକ ବାଦ୍ୟ ଯନ୍ତ୍ର ଓ ବେଶଭୂଷା ଗତ କିଛି ଦିନତଳେ ବିତରଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର କାଲିମେଳା,ପଡିଆ, ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ, କୋରକୁଣ୍ଡା, ସାତଟି ଯାକ ବ୍ଲକରୁ ପ୍ରାୟ ୧୦ ହଜାର ସଂଖ୍ୟାରେ ଆଦିବାସୀ ମହିଳା ପୁରଷ ମାନେ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ବିନାଶକୁମାର ମିଶ୍ର ଉଦଘୋଷକ ଭାବେ ରହି ସାଂସ୍କୃତିକ ମଚଂ ପରିଚାଳନା କରିଥଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.