Home ଜିଲ୍ଲା ପରିକ୍ରମା ଜିଲ୍ଲାସଦର ହସପିଟାଲରେ କନ୍ୟାସନ୍ତାନ ବଚାଂଓ ସଚେତନତା ରଥ ଉଦଘାଟିତ

ଜିଲ୍ଲାସଦର ହସପିଟାଲରେ କନ୍ୟାସନ୍ତାନ ବଚାଂଓ ସଚେତନତା ରଥ ଉଦଘାଟିତ

29

ମାଲକାନଗିରି,୨୯ା୧(ଓଡିଆ ପୁଅ ) କନ୍ୟାସନ୍ତାନ ବଚାଂଓ ଅଭିଯାନର ଜନସଚେତନତା ରଥ ଆଜି ମାଲକାନଗିରି ଜିଲ୍ଲା ହସପିଟାଲ ଠାରେ ଉଦଘାଟିତ ହୋଇ ଯାଇଛି । ଆଜି ସକାଳେ ଜିଲ୍ଲାସଦର ମହକୁମା ହସପିଟାଲ ପରିସରରେ କନ୍ୟାସନ୍ତାନ ବଚାଂଓ ସଚେତନତାର ରଥକୁ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ ସବୁଜ ପତାକା ଦେକାଇ ଉଦଘାଟନ କରିଛନ୍ତି । ଏହି ରଥ ଜିଲ୍ଲାର ସାତଟି ଯାକ ବ୍ଲକରେ ଥିବା ହାଟ ବଜାର ଗ୍ରାମଗୁଡିକ ପରିକ୍ରମା କରି କନ୍ୟାସନ୍ତାନ ସୁରକ୍ଷା ପ୍ରତିଗୁରୁତ୍ୱ ଦେବା ସହିତ କନ୍ୟାଭୃଣ ହତ୍ୟାକୁ ଲୋପକରିବା,ଝିଅ ନାହିଁ ତ ସଂସାର ନାହିଁ ଆଦି ଜନସଚେତନତାର ବାର୍ତାଦେଇ ଲୋକଙ୍କ ମଧ୍ୟ ଜନସଚେତନତା ସୃଷ୍ଟିକରିପାରିବ ବୋଲି ସିଡିଓମଓ ଡାକ୍ତର ନନ୍ଦ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନୟାନ ମାନଙ୍କ ମଧ୍ୟରେ ଏଡିଏମଓ ଡାକ୍ତର ଶିବପ୍ରସାଦ ମହାରଣା,ଡାକ୍ତର ଅନିଲପ୍ରସାଦ ମିଶ୍ର,ଡାକ୍ତର ଶଙ୍କଳ୍ପ କେଶିରି ଭୋଳ,ଡାକ୍ତର ଶିଶି ଭୁଷଣ ମହାପାତ୍ର,ଡିଏମଆରସିଏଚ ବନ ବିହାରୀ ମିଶ୍ର,ଶଶାଙ୍କ ସେଖର ପଣ୍ଡିତ୍ରା,ପଦ୍ମିନୀ ଜେନା,ଚାମେଲି ମଣ୍ଡଳ,ସଂଯୁକ୍ତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.